ସମ୍ବଲପୁର: ଶୁକ୍ରବାର ଜିଲା ସମାଜ ମଙ୍ଗଳ ବିଭାଗ ତରଫରୁ ବାଲ୍ୟ ବିବାହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲା ଟାସ୍କ ଫୋର୍ସ ସମିତି ଏବଂ ବେଟି ବଚାଓ ବେଟି ପଢ଼ାଓ ର ଏକ ବୈଠକ ଆୟୋଜିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ସଭାପତିତ୍ୱ କରିଥିଲେ । କିଶୋରୀ ବାଳିକା ମାନଙ୍କୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱତନ୍ତ୍ର ବୈଠକ କରିବା ଓ ବାଲ୍ୟ ବିବାହ ଉପରେ ସେମାନଙ୍କର ମତ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରୋଜ । ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲାସ୍ତର ର ସମସ୍ତ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ହିଣ୍ଡାଲକୋ ଓ ଆଦିତ୍ୟ ବିର୍ଲା ର କର୍ମକର୍ତ୍ତା, ସରପଞ୍ଚ, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ର କର୍ମକର୍ତ୍ତା, ପାରା ଲିଗାଲ କର୍ମୀ, ଜାତି ସମାଜର ସଭ୍ୟ ଆଦି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁନୀତା ତ୍ରିପାଠୀ, ଜିଲା ସଂଯୋଜିକା ଏଡ.ଏଟ.ଆକ୍ସନ ଓ ୟୁନିସେଫ, ଜିଲାରେ ବାଲ୍ୟ ବିବାହ ନିରାକରଣ ପାଇଁ ଓ କିଶୋର କିଶୋରୀ ସଶକ୍ତି କରଣ ପାଇଁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଛୋଟେଲାଲ ସାହୁ, ଜିଲା ସଂଯୋଜକ ହବ, ବେଟି ବଚାଓ ବେଟି ପଢ଼ାଓ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଡିଏସପି ତାରାବତୀ ପ୍ରଧାନ, ସମସ୍ତଙ୍କର ମିଳିତ ସହଯୋଗ ରେ କିପରି ସମ୍ୱଲପୁରକୁ ବାଲ୍ୟ ବିବାହ ମୁକ୍ତ କରାଯାଇ ପାରିବ ନିଜର ମତାମତ ରଖିଥିଲେ । ଅତିରିକ୍ତ ଶ୍ରମ ଅଧିକାରୀ ପୁଷ୍ପାଞ୍ଜଳି ମିଞ୍ଜ, ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲାରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ । ସୁକାନ୍ତ ମହାପାତ୍ର, ପରାମର୍ଶଦାତା ହିଣ୍ଡାଲକୋ, ଆଦିତ୍ୟ ବିର୍ଲା ସ୍କିଲ ସେଌକ୍ଷଗ୍ଧ;ର ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ଆମ ପୁଲିସ ସମିତିକୁ ସୁଦୃଢ଼ କରିବା ପାଇଁ ମତ ରଖିଥିଲେ । ପ୍ରଦୀପ ବେହେରା, ସମ୍ପାଦକ ଆଦର୍ଶ ଅନୁଷ୍ଠାନ, ଗରିବ ଶ୍ରେଣୀର ବାଳିକା ମାନଙ୍କୁ କିପରି ପାଠ୍ୟ ଉପକରଣର ସହାୟତା ଦିଆଯାଇ ପାରିବ, ତାହା ଉପରେ ମତ ପ୍ରଦାନ କରିଥିଲେ । ଏହି ବୈଠକରେ କିଶୋରୀ ନେତୃତ୍ୱ ପାଇଁ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ସଞ୍ଜନା ପ୍ରଧାନକୁ ଅତିରିକ୍ତ ଜିଲାପାଳ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ହବ୍ ର କର୍ମକର୍ତ୍ତା ସାହାଯ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ଅଫିସର – ପ୍ରୋଟେକସନ ଅଫିସର ଜିଲା ସମାଜ ମଙ୍ଗଳ ବିଭାଗ ସରିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
