ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ଟେଣ୍ଠେଇ ଟାଙ୍ଗର ସାହି ନିକଟରେ ଯଖପୁରା -ବାଂଶପାଣି ରେଳ ପଥରେ ରେଳ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲ୍ଲା ବେଲଦା ଥାନା ଅନ୍ତର୍ଗତ ମଦାରପଡ଼ା ଗ୍ରାମର ଭଗବାନ ମୁର୍ମୁ (୬୦)। ବଡ଼ବିଲ- ପୁରୀ ଯାତ୍ରୀବାହୀ ଟ୍ରେନ୍‌ରେ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ରେଳ ଧାରଣାରେ ମେଟାଲ ବିଛାଇବା କାମରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ, ଭଗବାନ ପାଣି ଭାର ନେଇ ରେଳ ଲାଇନ୍ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଯାଜପୁରରୋଡ ରେଳବାଇ ଏ ଏସ ଆଇ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳ ରେ ପହଞ୍ଚି ଶବ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି । ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।