ବାସୁଦେବପୁର : ବାସୁଦେପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। କଂଶବାଂଶ, ଗମେଇ ନଦୀର ବନ୍ୟା ପାଣି ତଳିଆ ଅଞ୍ଚଳର ଗାଁରେ ପଶିଛି। ଜଳବନ୍ଦୀରେ ରହିଥିବା ଅଢୁଆଁ ଗାଁର ଜଣେ ପ୍ରସୂତୀ ମହିଳାଙ୍କ ସମେତ ୩୦ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।
ବିପନ୍ନଙ୍କ କହିବା କଥା,ବନ୍ୟା ପାଣି ଦୁଇ ଦିନ ତଳେ ସାହିରେ ପଶିଥିଲା। ହଠାତ ପାଣି ବଢିଯିବାରୁ କେତେକ ଘରେ ପାଣି ପଶିଯାଇଥିଲା। ଏହି ବନ୍ୟା ଯନ୍ତ୍ରଣା ମଧ୍ୟରେ ନନ୍ଦ କିଶୋରେ ମଳିକଙ୍କ ସ୍ତ୍ରୀ ସ୍ବପ୍ନା ଅସୁସ୍ଥତା ଅନୁଭବ କରିଥିଲେ। ନଅ ମାସର ଗର୍ଭବତୀ ଥିବା ସ୍ବପ୍ନା ଦୁଇଦିନ ଧରି କଷ୍ଟରେ ରହିଥିବା ବେଳେ ଗାଁର ଜଣେ ମହିଳା ପ୍ରଶାସନକୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସ୍ବାସ୍ଥ୍ୟ ବିଭାଗ କର୍ମୀଚାରୀଙ୍କ ଉପସ୍ଥିତିରେ ବୋଟ ଜରିଆରେ ପ୍ରସୂତୀ ମହିଳାଙ୍କୁ ପାଣି ଘେରରୁ ଉଦ୍ଧାର କରିଥିଲା। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଆମ୍ବୁଲାନ୍ସ ଜରିଆରେ ମହିଳାଙ୍କୁ ଡାକ୍ତରଖାନା ପଠାଇଛନ୍ତି। ପାଣି ଘେରରେ ଥିବା ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।
