ଗୌହାଟୀ: ଚଳିତ ଭାରତ-ୱେଷ୍ଟ ଇଣ୍ଡିଜ୍ ଦିନିକିଆ କ୍ରିକେଟ ଶୃଙ୍ଖଳାରେ ଆଜି ଭାରତ ବୃହତ ବିଜୟ ହାସଲ କରିଛି । ୱେଷ୍ଟ ଇଣ୍ଡିଜ୍କୁ ୮ ୱିକେଟରେ ପରାସ୍ତ କରି ଭାରତ ଏହି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ଲାଭ କରିଛି ।
ଗୌହାଟୀରେ ଅନୁଷ୍ଠିତ ଏହି ଦିବାରାତ୍ରୀ ମ୍ୟଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୫ ରନ୍ର ବିଶାଳ ଲକ୍ଷ୍ୟ ଠିଆ କରିଥିଲା, ଯାହାକୁ ଭାରତ ମାତ୍ର ୨ ୱିକେଟ ହରାଇ, ୬.୩ ଓଭର ବାକି ଥାଇ ହାସଲ କରିନେଇଥିଲା ।
ଜନ୍ କ୍ୟାମ୍ପବେଲ୍ଙ୍କ ୧୦୧, ସାଇ ହୋପଙ୍କ୍ ୧୦୪ ଏବଂ ଅମୀର ଜାଙ୍ଗୁଙ୍କ ୧୧୪ ରନ୍ର ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଭାରତ ପାଇଁ ୪୦୫ ରନ୍ର ବିଶାଳ ଲକ୍ଷ୍ୟ ସ୍ଥିର କରିଥିଲା । ତେବେ ଭାରତୀୟ ଓପନିଂ ଯୋଡି ରୋହିତ ଶର୍ମା ଏବଂ ସୁବମନ ଗିଲ୍ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳି ଭାରତର ବିଜୟ ପଥ ସୁଗମ କରିଦେଇଥିଲେ । ରୋହିତ ୧୦୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଗିଲ୍ ୨୨୩ ରନ୍ କରି ଶେଷ ପର୍ଯ୍ୟନ୍ତ ନଟ ଆଉଟ ଥିଲେ । ନିଜର ଏହି ଐତିହାସିକ ପାଳିରେ ଗିଲରେ ୮ଟି ଛକା ଓ ୨୪ଟି ଚୌକା ମାରିଥିଲେ । ବିରାଟ କୋହଲୀ ୧୯ ବଲ୍ରେ ୨୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଋତୁରାଜ ଗାଏକୱାର୍ଡ ୩୧ ରନ୍ କରି ନଟ୍ଆଉଟ୍ ରହିଥିଲେ ।
