ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ ପୁଣି ଥରେ ଆଫ୍ରିକା ମହାଦେଶକୁ ଫେରୁଛି ଆଇସିସି ଦିନିକିଆ ବିଶ୍ୱକପ୍। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେର ମିଳିତ ଆୟୋଜନରେ ୨୦୨୭ ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ। ୨୦୦୩ ବିଶ୍ୱକପ୍ର ସ୍ମୃତି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ମନରେ ଏବେ ବି ସତେଜ ଥିବା ବେଳେ ଆସନ୍ତା ବିଶ୍ୱକପ୍କୁ ନେଇ ଉତ୍ସାହ ଆରମ୍ଭ ହୋଇଛି।
