ପାଟଣା:ଚାକିରୀ ଦେବା ନାମରେ ଜଣେ ଯୁବତୀଙ୍କ ଠାରୁ ୪ ଲକ୍ଷ ଠକେଇ ଅଭିଯୋଗରେ ସାହାରପଡ଼ା ବ୍ଲକ ଦିଗିପଶି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନାୟକ(୪୫)ଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ ପୁଲିସ । ପି ଇ ଓ ଚାକିରୀ କରାଇଦେବାକୁ କହି ସେ ଟଙ୍କା ନେଇଥିଲେ। ଏନେଇ ଟାଉନ ଥାନାରେ ୯୮୪/୨୦୨୬ ମୂଳେ ଗତ ୩୦ ତାରିଖ ଏକ ମାମଲା ରୁଜୁ ହୋଇଥିଲା। ଜଣେ ବି ଇ ଡି ପାସ୍ କରିଥିବା ଯୁବତୀ ଙ୍କ ଠାରୁ ସେ ଏହି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଗତ ମାସ ୨୩ ତାରିଖ ସେହି ସାହାରପଡ଼ା ବ୍ଲକ କୁଣ୍ଡଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାରାଚାନ୍ଦ ମହାନ୍ତ ଙ୍କୁ ଠକେଇ ଅଭିଯୋଗ ରେ ରରୁଆଁ ଥାନା ପୁଲିସ ଗିରଫ କରିବା ପରେ ଏହା ବ୍ଲକ ଅଞ୍ଚଳ ପାଇଁ ଦ୍ୱିତୀୟ ଘଟଣା ହୋଇଛି।