କୋଟପାଡ଼: ଚିକିତ୍ସାଳୟ ସ୍ତରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ! ଆଜି ସିଏଚ୍‌ସି କୋଟପାଡ଼ଠାରେ ସ୍ପ୍ରେଡ୍ (SPREAD) ଏନ୍‌ଜିଓର ସହଯୋଗରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଏଚ୍‌ସି କୋଟପାଡ଼ର ମେଡିକାଲ ଅଫିସର ଇନ୍‌ଚାର୍ଜ ଡା. ବିଶ୍ୱଜିତ ମଲ୍ଲିକ ଏବଂ ମାନସିକ ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀ ଜ୍ୟୋତି ରଞ୍ଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାହେଲ କଦମ ଏବଂ ସ୍ପ୍ରେଡ୍ ଏନ୍‌ଜିଓର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୋଟପାଡ଼ ଅଞ୍ଚଳର ମାନସିକ ରୋଗୀ, ସେମାନଙ୍କର ଦେଖାଶୁଣା କରୁଥିବା ବ୍ୟକ୍ତି ଏବଂ ସିଏଚ୍‌ସି କୋଟପାଡ଼ର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ରୋଗର ଲକ୍ଷଣ, ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ କିପରି ଉପଯୁକ୍ତ ଯତ୍ନ, ସହଯୋଗ ଓ ଚିକିତ୍ସା ସେବା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା, ମାନସିକ ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ଏବଂ ଆଗାମୀ ଦିନରେ ଅଭିଯାନ ଭିତ୍ତିକ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।