କୋଟପାଡ଼: ହେଲା ବନ୍ୟା କ୍ଷୟକ୍ଷତିର ଆକଳନ ! ସାହାଯ୍ୟର ହାତ ବଢ଼ାଇଲେ ସରକାର ! ସରକାରଙ୍କ ସହାୟତା ପ୍ରଦାନ ପରେ ଲୋକଙ୍କ ମୁହଁରେ ହସ ଫୁଟିଥିବା ଦେଖିବାକୁ ମିଳିଛି ! ସୂଚନା ମୁତାବକ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ କୋଟପାଡ଼ ବ୍ଲକର ୭ ଗୋଟି ପଞ୍ଚାୟତ ର ୫0 ରୁ ଉର୍ଦ୍ଧ ଗାଁ ଅନେକ ଦିନ ଧରି ପାଣି ଘେରରେ ରହିଥିବା ବେଳେ ପ୍ରାୟ ୮ ହଜାର ଏକର ଧାନ ଫସଲ ଓ ଆଖୁ ଫସଲ ନଷ୍ଟ ହେବା ସହ ପ୍ରାୟ ୧୫00 ରୁ ଉର୍ଦ୍ଧ ଘର ଭାଙ୍ଗି ଯାଇଥିଲା ! ଫଳ ସ୍ୱରୂପ ଲୋକେ ଆଜି ପର୍ଯ୍ୟନ୍ତ ଦୁର୍ଦିନରେ ଦିନ କାଟି ଆସୁଛନ୍ତି ! ବନ୍ୟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟାଞ୍ଚଳ ଗସ୍ତ କରି ଫେରିଥିଲେ ସୁଦ୍ଧା ଚାଷୀଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନଥିଲେ ! ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଚାଷୀଙ୍କ ଠାରୁ ଆରମ୍ଭ କରି ବିରୋଧୀଙ୍କ ପର୍ଯ୍ୟନ୍ତ ରୋଷର ଶିକାର ହୋଇଥିଲେ ! କିନ୍ତୁ ଲୋକଙ୍କ ସରକାର ବିପଦ ସମୟରେ ଲୋକଙ୍କୁ ଏକୁଟିଆ ନ ଛାଡ଼ି ସେମାନଙ୍କ ଦୁଃଖରେ ସାଥୀ ହୋଇଛନ୍ତି ! ସରକାର ଘୋଷଣା କରିଛନ୍ତି ବନ୍ୟାରେ ଘର ନଷ୍ଟ ହୋଇଥିବା ପରିବାରଙ୍କୁ ସରକାରୀ ଆବାସ ଗୃହ ଯୋଗାଇ ଦିଆଯିବ ! ଯାହାର ପ୍ରଥମ ପଦକ୍ଷେପ ଆରମ୍ଭ ହୋଇଯାଇଛି ! ଚାନ୍ଦିଲି ପଞ୍ଚାୟତର ବିକ୍ରମପୁର ଗ୍ରାମରୁ ଏହାର ଶୁଭାରମ୍ଭ ହୋଇଛି ! ପ୍ରଭାବିତ ପରିବାର ମାନଙ୍କୁ ସରକାର ଗୃହ ନିର୍ମାଣ ପାଇଁ ୧ ଲକ୍ଷ ୨0 ହଜାର ଟଙ୍କା ଦେବା ସହ ଅତିରିକ୍ତ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ! କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତରା ନିଜ ଦଳୀୟ କର୍ମୀଙ୍କ ସହ ମିଶି ଏହି ସହାୟତା ପ୍ରଦାନ କରୁଥିବା ଦେଖାଦେଇଛି !