କୋଟପାଡ଼:: କୋରାପୁଟ ପରିବହନ ବିଭାଗର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି ! ବିନା ହେଲମେଟ ବାଇକ ଚାଳକଙ୍କୁ ବାଣ୍ଟିଛି ହେଲମେଟ ! ସୂଚନା ମୁତାବକ ସେବା ସଂକଳ୍ପ ଯାତ୍ରା ଅବସରରେ କୋରାପୁଟ ପରିବହନ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ବହୁ ମୂଲ୍ୟ ଜୀବନ ରକ୍ଷା ନିମନ୍ତେ କୋଟପାଡ଼ ଥାନା ସମ୍ମୁଖରେ ଲୋକଙ୍କୁ ସଚେତନ କରିବା ସହ ହେଲମେଟ ପିନ୍ଧିନଥିବା ବାଇକ ଆରୋହୀଙ୍କୁ ମାଗଣା ହେଲମେଟ ହେଲମେଟ ବଣ୍ଟନ କରିଛି ! ଏହି ଅବସରରେ କୋରାପୁଟ ପରିବହନ ଅଧିକାରୀଙ୍କ ସହଯୋଗରେ ମାନ୍ୟବର କୋଟପାଡ଼ ବିଧାୟକ ରୁପୁ ଭତରା ଉପସ୍ଥିତ ରହି ବାଇକ ଚାଳକ ମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ହେଲମେଟ ପିନ୍ଧାଇଥିଲେ ! ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଘରୁ ବାଇକ ଧରି ବାହାରକୁ ବାହାରିଲେ ନିଶ୍ଚିତ ହେଲମେଟ ବ୍ୟବହାର କରନ୍ତୁ, ଯଦ୍ୱାରା ମୂଲ୍ୟବାନ ଜୀବନ ବଞ୍ଚିଯାଇପାରିବ ବୋଲି ଅତିରିକ୍ତ ପରିବହନ ଅଧିକାରୀ ଲୋକଙ୍କୁ ବାର୍ତ୍ତା ଦେଇଥିଲେ ! କାର୍ଯ୍ୟକ୍ରମକୁ କୋରାପୁଟ ପରିବହନ ବିଭାଗର କର୍ମଚାରୀମନେ ସୁଚାରୁ ରୂପେ ପରିଚାଳନା କରିଥିଲେ !
