ପଦ୍ମପୁର, : ପଦ୍ମପୁର ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ଓ ସଦସ୍ୟାମାନେ ଅତିଥି ଭାବେ ଯୋଗଦେଇଥିଲେ।ବୈଠକରେ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି, ନିୟମିତ ଉପସ୍ଥାନ, ଶୃଙ୍ଖଳା ଓ ସର୍ବାଙ୍ଗୀନ୍ନ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଅଭିଭାବକ ଓ ଶିକ୍ଷକମାନଙ୍କ ମିଳିତ ଉଦ୍ୟମ ଏବଂ ସହଯୋଗର ଗୁରୁତ୍ୱ ଉପରେ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ପଦ୍ମପୁର ଚିକିତ୍ସାଳୟର ଡାକ୍ତର ପ୍ରୀତିଶ କୁମାର ଭୋଇ ଓ ଡ. ଇପି ପାଣିଗ୍ରାହୀ ଯୋଗଦେଇ ସର୍ଭାଇକାଲ୍ କ୍ୟାନ୍ସରର ପ୍ରତିରୋଧ ଓ ଏହାର ଟିକାକରଣ ସମ୍ପର୍କରେ ଉପସ୍ଥିତ ଅଭିଭାବକମାନଙ୍କୁ ସଚେତନ କରିଥିଲେ। ଏହି ରୋଗର ପ୍ରତିରୋଧ ପାଇଁ ଟିକାକରଣର ଗୁରୁତ୍ୱ, ସ୍ୱାସ୍ଥ୍ୟ ସଚେତନତା ଓ ଉପଯୁକ୍ତ ଚିକିତ୍ସା ପରାମର୍ଶ ଗ୍ରହଣ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ରବିନା ପଧାନ ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ଖୁସବୁ ବରିହା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ,ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ପ୍ରଭାତ କୁମାର ସାହୁ,ଖୁସବୁ ବରିହା,ମଞ୍ଜୁଲତା ପଧାନ,ଜ୍ୟୋତିରେଖା ମହାନନ୍ଦ, ବୀର କିଶୋର ହାତୀ,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ।
