ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ସୁରକ୍ଷିତ ଓ ଆନନ୍ଦମୟ ଭାବେ ପାଳନ କରିବା ଲକ୍ଷ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ଅଗ୍ନି ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷକରି ଅସ୍ଥାୟୀ ବାଣ ବିକ୍ରୟ ଦୋକାନଗୁଡ଼ିକରେ ଅଗ୍ନି ସୁରକ୍ଷା ନିୟମ ପାଳନ ସୁନିଶ୍ଚିତ କରିବା ସହ ଆବଶ୍ୟକୀୟ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।
୨୦୨୬ ମସିହାରେ ରାଜ୍ୟବ୍ୟାପୀ ଅସ୍ଥାୟୀ ବାଣ ଦୋକାନ ପାଇଁ ମୋଟ ୫,୦୪୩ଟି ଆବେଦନ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ୩,୯୩୭ଟି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୮୪ଟି ଆବେଦନ ନାମଞ୍ଜୁର ହୋଇଥିବାବେଳେ ୯୪୩ଟି ଆବେଦନ ବିଚାରାଧୀନ ଏବଂ ୭୯ଟି ଆବେଦନ ଅନୁପାଳନ ପ୍ରକ୍ରିୟାରେ ରହିଛି।
ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀ ଅଞ୍ଚଳରେ ଅସ୍ଥାୟୀ ବାଣ ଦୋକାନ ପାଇଁ ମୋଟ ୧,୨୦୮ଟି ଆବେଦନ ଗ୍ରହଣ କରାଯାଇଛି । ଏଥିମଧ୍ୟରୁ ୭୧୧ଟି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୨୫ଟି ଆବେଦନ ନାମଞ୍ଜୁର ହୋଇଥିବାବେଳେ ୪୬୨ଟି ଆବେଦନ ବିଚାରାଧୀନ ଏବଂ ୧୦ଟି ଆବେଦନ ଅନୁପାଳନ ପ୍ରକ୍ରିୟାରେ ରହିଛି ।ବାଣ ଦୋକାନଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଲବ୍ଧତା, ନିରାପଦ ଦୂରତା, ବିଦ୍ୟୁତ୍ ସଂଯୋଗର ସୁରକ୍ଷା ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ଅଗ୍ନି ସୁରକ୍ଷା ନିୟମ ପାଳନ ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକୀୟ ଅନୁମତି ଓ ସୁରକ୍ଷା ବ୍ୟବସ୍ଥା ବିନା ବାଣ ବିକ୍ରୟ ନକରିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଜନସାଧାରଣଙ୍କ ପାଇଁ ଅଗ୍ନି ସୁରକ୍ଷା ପରାମର୍ଶ;ଦୀପାବଳି ସମୟରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ଜନସାଧାରଣଙ୍କୁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।
୧. ସର୍ବଦା ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ। ଘର, ଦୋକାନ, ଗାଡ଼ି ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ନିକଟରେ ବାଣ ଫୁଟାନ୍ତୁ ନାହିଁ ।
୨. ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ବୟସ୍କଙ୍କ ତତ୍ତ୍ୱାବଧାନ ନିଶ୍ଚିତ କରନ୍ତୁ ।
୩. ବାଣ ଫୁଟାଇବା ସମୟରେ ନିରାପଦ ଦୂରତା ବଜାୟ ରଖନ୍ତୁ ଏବଂ ନିକଟରେ ବାଲ୍ଟିରେ ପାଣି କିମ୍ବା ବାଲି ରଖନ୍ତୁ ।
୪. ଜଳି ନଥିବା ବାଣକୁ ପୁନର୍ବାର ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
୫. ଦୀପ ଓ ମହମବତୀକୁ ପରଦା, କାଗଜ, କପଡ଼ା ଏବଂ ଅନ୍ୟ ଦହନଶୀଳ ସାମଗ୍ରୀଠାରୁ ଦୂରରେ ରଖନ୍ତୁ ।
୬. ଘର ଓ ଦୋକାନରେ ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ ରଖନ୍ତୁ ଏବଂ ଜରୁରୀକାଳୀନ ପ୍ରସ୍ଥାନ ପଥକୁ ଅବରୋଧମୁକ୍ତ ରଖନ୍ତୁ ।
୭. ଅନୁମୋଦିତ ସବୁଜ ବାଣ ବ୍ୟବହାର କରନ୍ତୁ ଏବଂ ବାଣ ଫୁଟାଇବା ସମୟରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ।
ଜନସାଧାରଣଙ୍କୁ ଅଗ୍ନିକାଣ୍ଡ ଭଳି ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ୧୧୨ ନମ୍ବରରେ ଯୋଗା
