ମୟୂରଭଞ୍ଜ: ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷାକରେ ତାନୁହଁ ବରଂ ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛତାକୁ ମଧ୍ୟ ଗୁରୁତ୍ୱ ଦେଉଛି l ଏହାକୁ କାମରେ କରିଦେଖାଉଛି ରାଇରଙ୍ଗପୁର ଜିଲ୍ଲା ପୋଲିସ l ପ୍ରଥମ କରି ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ଆରମ୍ଭ ହୋଇଛି ନିଆରା ପ୍ରୟାସl ଚଳିତ ମାସରୁ ପ୍ରତ୍ୟେକ ରବିବାର ଦିନ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଶ୍ରମଦାନ ବାବଦକୁ ପୋଲିସ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଆଜି ଦ୍ଵିତୀୟ ସପ୍ତାହରେ ଯଶିପୁର ଥାନା ଅଞ୍ଚଳର ଯଶିପୁର ମହାବିଦ୍ୟାଳୟ, ଯଶିପୁର ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଓ ପଦ୍ମପୁର ଉପ୍ରା ବିଦ୍ୟାଳୟ ଠାରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କରଞ୍ଜିଆ ଏସଡିପିଓଙ୍କ ସହ ବହୁ ପୋଲିସ କର୍ମଚାରୀ ଏବଂ କିଛି ଛାତ୍ରଛାତ୍ରୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୧୨ ସପ୍ତାହରେ ରାଇରଙ୍ଗପୁର ଜିଲ୍ଲା ପୋଲିସ ଅଧୀନରେ ଥିବା ୧୪ ଟି ଥାନା ଅଞ୍ଚଳକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ସୁନ୍ଦର କରାଯିବ ବୋଲି ରାଇରଙ୍ଗପୁର ଏସପି ସୁରେଶ ପାତ୍ର ସୂଚନା ଦେଇଛନ୍ତି l
ବାଇଟ – ସୁରେଶ ପାତ୍ର (ଏସ ପି , ରାଇରଙ୍ଗପୁର ପୋଲିସ ଜିଲ୍ଲା )