ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ। ମାଲକାନଗିରି ଜିଲାର ମାଥିଲି ବ୍ଲକ୍ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ ଟିମ୍।ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ମାଲକାନଗିରିର DRDA କାର୍ଯ୍ୟାଳୟ ସମେତ ଶିଶିର ଦାଶଙ୍କ ଭଡ଼ା ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି ଏବଂ ୫ ଜଣ ଇନ୍ସ୍ପେକ୍ଟରଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକାଧିକ ଟିମ୍ ସାମିଲ ହୋଇଛନ୍ତି। ବିଭିନ୍ନ ଦସ୍ତାବିଜ, ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।ତେବେ ଚଢ଼ାଉ ଶେଷ ହେବା ପରେ ହିଁ ଯାଞ୍ଚରୁ କ’ଣ କ’ଣ ତଥ୍ୟ ମିଳିଛି ଏବଂ କେତେ ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।
