କାଠମାଣ୍ଡୁ: ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର ଦୁଇଜଣ କର୍ମଚାରୀ ମଧ୍ୟ ଥିବା କୁହାଯାଉଛି।

ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପାଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ଖରାପ ପାଣିପାଗ ନେଇ ସତର୍କ ସୂଚନା ଜାରି ହେବା ପରେ ଅଭିଯାନକାରୀ ଦଳ ଓ ଦଉଡ଼ି ଲଗାଇବାରେ ନିୟୋଜିତ ଟିମ୍‌କୁ ବେସ୍ କ୍ୟାମ୍ପରୁ ଖାଲି କରାଯାଇଥିଲା। ତେବେ କିଛି ଲୋକ ସେଠାରେ ରହିଯାଇଥିଲେ। ପରେ ରବିବାର ସକାଳେ ହିମସ୍ଖଳନ ଘଟିଥିବା ଜଣାପଡ଼ିଛି।