ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନ ଅଧିନସ୍ଥ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇ କୋରାପୁଟରୁ ଯାତ୍ରା ଆରମ୍ଭ କିମ୍ୱା କୋରାପୁଟଠାରେ ଯାତ୍ରା ସମାପ୍ତ କରାଯିବ । ରେଳବାଇ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ବାତିଲ ହୋଇଥିବା ଟ୍ରେନ ଗୁଡିକ ମଧ୍ୟରେ ୧ ଏବଂ ୨ ଅକ୍ଟୋବରରେ ଟ୍ରେନ ନଂ. ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ, ୨ ଏବଂ ୩ ଅକ୍ଟୋବର ୨୦୨୬ରେ ଟ୍ରେନ ନଂ. ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର, ଟ୍ରେନ ନଂ. ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର, ଟ୍ରେନ ନଂ. ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ, ଟ୍ରେନ ନଂ. ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ଏବଂ ଟ୍ରେନ ନଂ. ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ରହିଛି । ସେହିଭଳି କୋରାପୁଟ ଠାରେ ଯାତ୍ରା ସର୍ଟ-ଟର୍ମିନେଟ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ (ଆଂଶିକ ଆରମ୍ଭ) ରେଳଗାଡି ଗୁଡିକ ମଧ୍ୟରେ ଟ୍ରେନ ନଂ. ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ, ଯାହାକି ୩୦ ସେପ୍ଟେମ୍ୱର ଏବଂ ୧ ଅକ୍ଟୋବର ୨୦୨୬ରେ
ହାୱଡ଼ାରୁ ଯାତ୍ରା ଆରମ୍ଭ କରିଛି, ଏହାର ଯାତ୍ରା କୋରାପୁଟ ଠାରେ ସମାପ୍ତ ହେବ । କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ । ଟ୍ରେନ ନଂ. ୧୮୦୦୬ ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ, ଯାହାକି ୨ ଏବଂ ୩ ଅକ୍ଟୋବର ୨୦୨୬ରେ ଜଗଦଲପୁର ପରିବର୍ତ୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ । ଟ୍ରେନ୍ ନଂ. ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ଯାହାକି ୧ ଏବଂ ୨ ଅକ୍ଟୋବର ୨୦୨୬ରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ଏହାର ଯାତ୍ରା କୋରାପୁଟ ଠାରେ ସମାପ୍ତ ହେବ । କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ । ଟ୍ରେନ ନଂ. ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ, ଯାହା ୨ ଏବଂ ୩ ଅକ୍ଟୋବର ୨୦୨୬ରେ ଜଗଦଲପୁର ପରିବର୍ତ୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ । ଏଣୁ ଯାତ୍ରୀ ମାନଙ୍କୁ ଟ୍ରେନ ଚଳାଚଳରେ ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ ସମ୍ୱନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀ ମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମକୁ ପରିଦର୍ଶନ କରନ୍ତୁ କିମ୍ୱା ରେଳବାଇର ଅଫିସିଆଲ ୱେବସାଇଟରେ ଯାଞ୍ଚ କରିପାରିବେ ବୋଲି ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି ।
