ବିଶ୍ୱନାଥପୁର:କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ବେନଗାଁ ପଞ୍ଚାୟତ ବେତିଆପଡ଼ା ଗାଁର ଡ୍ରିମ୍ବା ମାଝୀ (୪୮) ବୋଲି ଜଣାପଡିଛି।ସୂଚନା ଅନୁସାରେ,ଆଜି ସକାଳ ପ୍ରାୟ ୭.୩୦ ମିନିଟରେ ଡ୍ରିମ୍ବା ଗାଁ ନିକଟସ୍ଥ ତାଙ୍କ କପା ବିଲ୍ କୁ ଯାଇଥିଲେ। ସେଠାରେ ଜଙ୍ଗଲରୁ ଆସିଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ପ୍ରାୟ ୩୦୦ ମିଟର ଯାଏଁ ତାଙ୍କୁ ଗୋଡ଼ାଇବା ପରେ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିବା ଘଟଣାସ୍ଥଳର ଦୃଶ୍ୟରୁ ଅନୁମାନ କରାଯାଉଛି। ସୂଚନାପାଇ ବନ କର୍ମଚାରୀ ମାନେ ଆସି ଅନୁଧ୍ୟାନ କରିଥିଲେ। ତେବେ ବିଳମ୍ବରେ ବନ କର୍ମଚାରୀ ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।