ଜାପାନ : ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରେ ମଙ୍ଗଳବାର ଭାରତ ପାଇଁ ବେଶ୍ ମଙ୍ଗଳମୟ ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଭାରତର ଖେଳାଳିମାନେ ୨ଟି ସ୍ୱର୍ଣ୍ଣ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ନିରୁ ଧନ୍ଧା ଚଳିତ ଏସିଆଡ୍‌ରେ ଭରତ ପାଇଁ ପ୍ରଥମ ମହିଳା ଭାବେ ବ୍ୟକ୍ତିଗତ ଇଭେଂଟରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଓମେନ୍‌ସ ଟ୍ରାପରେ ପ୍ରଥମ ସ୍ଥାନ ଅଧିକାର କରି ସେ ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେହିପରି ଓମେନ୍ସ ୪ ଗୁଣନ ୪୦୦ ମିଟର ରେସ୍‌ରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ମହିଳା ଟିମ୍ ଟ୍ରାପ୍ ଇଭେଂଟରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ଗୁଲଭୀର ସିଂହ ଚଳିତ ଏସିଆଡରେ ବ୍ୟକ୍ତିଗତ ଭାବେ ତୃତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ହାଇଜମ୍ପରେ ପୂଜା ବ୍ରୋଞ୍ଜ ମେଡାଲ ଜିତିଥିବା ବେଳେ ପୁରୁଷ ୪ ଗୁଣନ ୪୦୦ ମିଟର ରେସ୍‌ରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।