କାଶିନଗର(ଖୋଲା ଖବର) : କାଶୀନଗର ବିଜ୍ଞାପିତ ଅଂଚଳ ପରିଷଦରେ ସ୍ବାୟତ୍ତ ଶାସନ ଦିବସ ପରିଷଦର ଅଧ୍ୟକ୍ଷା ଏମ. ସୁଧାରଣୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ବ୍ଳକ ଅଧ୍ୟକ୍ଷା ବାଲା ସାଇମା,ବ୍ଲକ ଉପାଧ୍ୟକ୍ଷ ଏସ.କଲ୍ୟାଣୀ ପ୍ରମୁଖ ମଞ୍ଜାସୀନ ଥିଲେ। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ ପରେ ଫରେଷ୍ଟ ଛକ ନିକଟର ବିଜୁ ପଟ୍ଟନାୟକ ଖେଳଭବନ ସମ୍ମୁଖରେ ଥିବା ଗଜପତି ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଗୋଷ୍ଠୀ ସଂଗଠିକା ଉଜ୍ବଳତା ସ୍ବାଲସିଂ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼, ମିଡ଼ିଆ କ୍ଲବ ସଭାପତି ଆନନ୍ଦ ପାତ୍ର ଓ ସାମ୍ବାଦିକ ଅଜିତ ପଟ୍ଟନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।