ପାଟଣା : ,ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବରେ ଲେଭେଲ୍ ୩ୟକୁ ପଦୋନ୍ନତି ପାଇଥିବା ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମାଳତୀ ମହାନ୍ତି ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ହାଟଡିହି ବ୍ଲକରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ।ବିଦ୍ୟାଳୟରେ ଯୋଗଦାନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଵଂ ଛାତ୍ର ଛାତ୍ରୀ ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ତୁଲାଇବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି। ବରିଷ୍ଠ ଶିକ୍ଷକ କମଳା କାନ୍ତ ପତି, ପ୍ରକାଶ କୁମାର ମିଶ୍ର, ସସ୍ମିତା ନାୟକ, ସୁଶାନ୍ତ ମହାନ୍ତ, ମାଧବାନନ୍ଦ ମହାନ୍ତ, ଜ୍ୟୋତିର୍ମୟୀ ବାରିକ,ପ୍ରୀତି ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
