ବସ୍ତା : ଲଘୁଚାପ ଜନିତ ବର୍ଷା ଏବଂ ସୁବର୍ଣ୍ଣ ରେଖା ନଦୀର ଉପରେ ମୁଣ୍ଡରେ ଝାଡ଼ଖଣ୍ଡର ବିଭିନ୍ନ ଡ୍ୟାମରୁ ପାଣି ଆସିବା ଯୋଗୁଁ ତୃତୀୟ ଥର ବନ୍ୟା ପରିସ୍ଥିତି ଦେଖାଯାଇ ଛି।ଦୁଇ ସପ୍ତାହ ଆଗରୁ ଆସିଥିବା ବନ୍ୟାରେ ସୁବର୍ଣ୍ଣ ରେଖାର ବସ୍ତା ବ୍ଲକର ବେଣାପୁରା ଠାରୁ କାଦରlୟାଁ ପର୍ଯ୍ୟନ୍ତ ବିଭିନ୍ନସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଯୋଗୁଁ ୨୦ରୁ ଅଧିକ ସ୍ଥାନରେ ପାଣି ବାହାରକୁ ବାହାରି ଆସିଥିଲା ମାତ୍ର ଆଉ ଅଧିକ ପାଣି ଆସି ଥିଲେ କଣ ଯେ ହୋଇଥାନ୍ତା ସେ କଥା ନକହିବା ଭଲ। ସାଂସଦ ଠାରୁ ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ବୁଲି ଦେଖିବା ସହ କାଦରାୟାଁ ଠାରେ ଅସ୍ଥାୟୀ ଭାବରେ ବାଲି ବସ୍ତା ଜଳସମ୍ପଦ ବିଭାଗ ତରଫରୁ ପକାଯାଇ ଥିଲେ ହେଁ ସେ ସବୁ ଧୋଇ ହୋଇ ଯାଇଛି। ଜଳସମ୍ପଦ ବିଭାଗ ବାହାଘର ବେଳେ ବାଇଗଣ ଗଛ ରୁଇବା ଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ପ୍ରଶାସନ ଏହି ସବୁ ସ୍ଥାନ ଉପରେ ବିଶେଷ ନଜର ରଖିଥିବାର ଜଣାପଡିଛି।ବର୍ଷା ଦିନ ସରିବା ପରେ ସ୍ଥାୟୀ ପଥର ବନ୍ଧ ବେଣା ପୁରା ଠାରୁ କାଦରାୟାଁ, ଗୋପୀନାଥପୁରରୁ ଦାରବୁଢ଼ୀ ବନ୍ଧ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଦାବି ଜୋର ଧରିଛି। କାଦରାୟାଁ ଗ୍ରାମ କବର ଖାନା ନିକଟରେ ଦୁର୍ବଳ ହୋଇଥିବା ନଦୀ ବନ୍ଧକୁ ସୁରକ୍ଷା ଭିତରେ ରଖାଯିବା ସହିତ ପ୍ରଶାସନ ସତର୍କ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି। ରାଜଘାଟରେ ବିପଦ ସଂକେତ ୧୦. ୩୬ ଥିବା ବେଳେ ମଙ୍ଗଳବାର ରାତ୍ରୀ ୮ ଘଟିକା ସମୟରେ ୧୧. ୧୦ ମିଟର ଏବଂ ବୁଧୁବାର ଦିନ ୮ ଘଟିକା ସମୟରେ ବିପଦ ସଂକେତ ଉପରେ ୧୧. ୫୬ ମିଟର ପ୍ରଭାବିତ ହେଉଥିବା ବେଳେ ଦିନ ୧୨ ଘଟିକା ସମୟରେ କର୍ମାଗତ ଭାବେ ବୃଦ୍ଧି ପାଇ ୧୧. ୫୯ ପ୍ରଭାବିତ ହେଉଛି। ତେବେ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇ ଥିବା ବେଳେ ପାଣିକାଦୁଅରେ ଜନସାଧାରଣ କଲବଲ ଦେଉଥିବା ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l