ବାଲିଆପାଳ (ପ୍ରଭାକର ମଲ୍ଲିକ ): ଗତ ୫ଦିନ ପୂର୍ବରୁ ରୂପସା ଥାନା ପରି ସରରେ କାର୍ଯ୍ଯରତ ଦୁଇଜଣ ସାମ୍ବାଦିକ ଇଲେକ୍ଟ୍ରୀ ବିଭାଗର ଜେଇ ସୁଜିତ ଭଟାଚାର୍ଯ୍ଯଙ୍କୁ ପଷ୍ଟିକରଣ ମାଗୁଥିବା ବେଳେ ତାଙ୍କ ସିକୃଟି ଗାଡ ଅମରେଶ ପାଣିଗ୍ରାହୀ ହଠାତ ନିଜକୁ ଅବସରପ୍ରାପ୍ତ ଆଡିସନାଲ ଏସପି କହି ଦୁଇ ସାମ୍ବାଦିକଙ୍କୁ ଧକ୍କା ମାରି ସେମାନ ଙ୍କର ମୋବାଇଲ ଓ ବୋମ ଛଡାଇ ନେଇଥିଲେ l
ଏନେଇ ରୂପସା ଥାନାରେ କେଶ ନଂ – ୧୪୯/୨୬ମୂଳେ ମାମଲା ରୁଜୁ ହୋଇଥିଲା l ମାତ୍ର ୫ଦିନ ବିତିଯାଇଥିଲେ ମଧ୍ଯ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଚୁପ ହୋଇ ବସିଛନ୍ତି। ଏନେଇ ଆଜି ବସ୍ତା ପ୍ରେସକ୍ଲବ ପକ୍ଷରୁ ଏକ ଦାବୀପତ୍ର ଏସଡିପିଓ ସମର୍ଥ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି। ବସ୍ତା ପ୍ରେସ କ୍ଲବର ସଭାପତି ବିଜୟ କୁମାର ଭୂୟାଁ,ଉପସଭା ପତି ଶିରିସ ଚନ୍ଦ୍ର ମହାନ୍ତି,ସମ୍ପାଦକ ଜଗତଗିରି,ବସନ୍ତ ଭଦ୍ର,ସୁଶାନ୍ତ ପ୍ରଧାନ,ଚାନସିଲର ରାଉତ,ସନ୍ତୋଷ କୁମାର ନାୟକ,ଏସ କେ ଆଜାର ଉଦ୍ଦିନ,ରବିନାରାୟଣ ସାହୁ, ସାମ୍ବାଦିକ ପ୍ରଭାକର ମଲ୍ଲିକ ଏବଂ ଦେବସେନା ସଂଗଠନର ଜିଲ୍ଲା ସଭାପତି ଶ୍ରୀମାନ ଶଙ୍କର ଜେନା,ସମାଜ ସେବୀ ବାବୁ ପାଣି ପ୍ରମୁଖ ଉପସ୍ଥିତ ଥିଲେ।