ଜଗତସିଂହପୁର: ଦିପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ନ ଦିନକୁ ସାଧାରଣତଃ ଜମାଷ୍ଟମୀ ବୋଲି ଓଡ଼ିଆ ଘର ମାନି ପ୍ରଭୁଙ୍କୁ ପୂଜା ଅର୍ଚନା କରନ୍ତି, ସେମିତି ସରସ୍ବତୀ ଶିଶୁ ମନ୍ଦିରରେ ପିଲା ମାନେ ଶ୍ରୀକୃଷ୍ଣ, ରାଧା, ବଳରାମ ବେଶରେ ସାଜସଜା ହୋଇ ଦହି ହାଣ୍ଡି ଭାଙ୍ଗିଥିଲେ, ପ୍ରଭୁଙ୍କ ପିଲା ବେଳର ଅନୁଭୂତିକୁ ମନେପକାଇ ଆଜି ବହୁ ଆଡମ୍ବରେ ପାଳନ ହୋଇଥିଲା, ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚିତ୍ତ ରଞ୍ଜନ ବେହେରା, ଉପ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସଞ୍ଜୟ କୁମାର ଦାସ, ସମସ୍ତ ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ମାନେ ସହଯୋଗ କରିଥିଲେ, ଆଜିର ମୁଖ୍ୟ ଅତିଥି ଓଡିଶା ର ସୁନାମ ଧନ୍ୟ କବିୟତ୍ରୀ ତଥା ଲେଖିକା ଶ୍ରୀମତୀ ମାନସୀ ପ୍ରଭା ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ସ୍କୁଲ ର ମ୍ୟାନେଜିଙ୍ଗ କମିଟି ର ସଦସ୍ୟ ଶ୍ରୀ ଶରତ କୁମାର ସାମନ୍ତରାୟ ପ୍ରମୁଖ ଜନମାଷ୍ଟମୀରେ ପ୍ରଭୁଙ୍କ ଲୀଳା ବିଷୟରେ ପିଲାଙ୍କୁ କହିଥଲେ, କବିୟତ୍ରୀ ଶ୍ରୀମତୀ ମାନସୀ ପ୍ରଭା ସ୍ୱାଇଁ ପିଲାଙ୍କୁ ତାଙ୍କର କବିତାରୁ କିଛି କବିତା ଶୁଣେଇଥଲେ, ପିଲା ମାନେ ସ୍କୁଲରୁ ବାହାରି କୁଜଙ୍ଗ ଜଗନ୍ନାଥ ମନ୍ଦିର ପ୍ରଯ୍ୟନ୍ତ ଯାଇଁ ପ୍ରଭୁଙ୍କ ଦର୍ଶନ କରିଥିଲେ, ଗୁରୁଜୀ ଶ୍ରୀ ସଞ୍ଜୟ ଦାସ ଧନ୍ୟବାଦ ଦେଇଥିଲେ ଗୁରୁଜୀ ଶ୍ରୀ ରଂଜିତ ଦାସ, ଗୁରୁଜୀ ବିପିନ ସହଯୋଗ କରିଥିଲେ କୁଜଙ୍ଗରୁ ପ୍ରମୋଦ ଦାସଙ୍କ ରିପୋର୍ଟ ।
