ଆନନ୍ଦପୁର ଅନ୍ତର୍ଗତ ଟୁକୁଣା ଗ୍ରାମ ସ୍ଥିତ ବଳଭଦ୍ର ନାରାୟଣ ସରକାରୀ ସଂସ୍କୃତ ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଂଜନ ପାଢୀ ଅଧ୍ଯକ୍ଷତା କରିଥିଲେ ।
ଯଥାବିଧୂ ଅନୁସାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେବପୂଜନ କରିବା ସହ ଗୁରୁବନ୍ଦନା କରିଥିଲେ । ଏଥି ସହିତ ଛାତ୍ରଛାତ୍ରୀମାନେ ପୁରାତନକାଳର ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିବା ସହ ଏହି ପରମ୍ପରାର ମହତ୍ବକୁ ବଖାଣି ଥିଲେ । ଅଧ୍ଯକ୍ଷ ଶ୍ରୀ ପାଢୀ ଏହି ପରମ୍ପରାର ପାଳନ ଓ ଏହାର ବାସ୍ତବତା ବିଷୟରେ ଉଲ୍ଲେଖ କରିଥିବା ବେଳେ ମହାବିଦ୍ୟାଳୟର ପ୍ରାକ୍ରନ ଅଧ୍ୟକ୍ଷା ଡ. ଇନ୍ଦିରା ଶୁଭଦର୍ଶିନୀ ଦେବବନ୍ଦିତା ଚକ୍ର ଅବଧୂତଙ୍କର ୨୪ ଗୁରୁଙ୍କ ବିଷୟରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା,ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ଡ.ଗୋପୀନାଥ ପଣ୍ଡା, ଡ. ଭୋଳେଶ୍ବର ପ୍ରଧାନ, ଶ୍ରୀଯୁକ୍ତ ଯଦୁମଣି ମିଶ୍ର ତଥା ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ସହ ଗୁରୁ ଶିଷ୍ୟ ପରମ୍ପରାର ମହତ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିଥିଲେ । ଶାସ୍ତ୍ରୀ ତୃତୀୟ ବର୍ଷର ଛାତ୍ରୀ ସ୍ବପ୍ନା ଦାସ ସଭା ପରିଚାଳନା କରିଥିଲାବେଳେ ମନ୍ମଥ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ଅଙ୍କିତା ଉପାଧ୍ୟାୟ, ସୁନୟନା ଶର୍ମା, ତପସ୍ବିନୀ ଖଟୁଆ, ପୀତବାସ ଦାସ ଦମୟନ୍ତୀ ମିଶ୍ର, ସ୍ନାତି ଯେନା, ଶୁଭସ୍ମିତା ଜେନା ପ୍ରମୁଖ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସଭାକୁ ସୁଚାରୁରୂପେ ସମାପ୍ତ କରିଥିଲେ । ଆନନ୍ଦପୁର ରୁ ଟୁକୁ ଜେନା ଙ୍କ ରିପୋର୍ଟ ଖୋଲା ଖବର ।
