ଭୁବନେଶ୍ବର: ଗତ ୦୨.୦୩.୨୦୨୪ ରେ ଇସ୍କନ ମନ୍ଦିର ସର୍ଭିସ୍ ରୋଡ୍ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କାର୍ ସହିତ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ କାର୍‌ର ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି କାର୍‌ଟିକୁ ଲକ୍ କରି ସେଠାରୁ ଖସି ପଳାଇ ଯାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ଟି ଖୋଲି ଯାଞ୍ଚ କରିଥିଲେ । କାର୍ ଭିତରୁ ୩ଟି ଜରି ବ୍ୟାଗରେ ଥିବା ମୋଟ ୫୯ କେଜି ୯୨୦ ଗ୍ରାମ ଓଜନର ଗଞ୍ଜେଇ ଓ ଟଙ୍କା, ଫଟୋ ଏବଂ ଅଭିଯୁକ୍ତ ଅକ୍ଷୟ କୁମାର ଜେନାଙ୍କ ନାମରେ ଥିବା ବିଭିନ୍ନ ପରିଚୟପତ୍ର ଓ ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ମିଳିଥିଲା । ତଦନ୍ତ ସମୟରେ ଜବତ ହୋଇଥିବା କାର୍‌ର ମାଲିକାନା ଯାଞ୍ଚରୁ, କାର୍‌ଟି ଅକ୍ଷୟ ଜେନାଙ୍କ ସ୍ତ୍ରୀ ମମତା ଜେନାଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା ଏବଂ କାର୍‌ରୁ ମିଳିଥିବା ବିଭିନ୍ନ କାଗଜପତ୍ର ଅକ୍ଷୟ କୁମାର ଜେନାଙ୍କ ନାମରେ ଥିବା ଜଣାପଡ଼ିଥିଲା । ଘଟଣା ପରେ କାର୍‌ରୁ ପଳାଇ ଯାଇଥିବା ବ୍ୟକ୍ତି ଅକ୍ଷୟ କୁମାର ଜେନା ବୋଲି ତଦନ୍ତ ସମୟରେ ଜଣାପଡ଼ିଥିଲା ।ଆଜି ଅଭିଯୁକ୍ତ ଅକ୍ଷୟ କୁମାର ଜେନା କୁ ଗିରଫ କରି କୋର୍ଟ ଚାଲାଣ କଟିଛି ନୟାପଲ୍ଲୀ ଥାନା ପୋଲିସ ।