ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବଡପାହି ଜଙ୍ଗଲରୁ ୫ ଓରାଙ୍ଗ ଓଟାନ ଉଦ୍ଧାର ଘଟଣା ରେ ଗତ ଦୁଇ ଦିନ ଧରି STF ତନା ଘନା ପରେ ଆଜି ଓଡିଶା ଆସିପାରନ୍ତି WCCB ଟିମ୍ ଏବଂ ପଶ୍ଚିମ ବଙ୍ଗ ର STF ଟିମ୍, ବନ୍ଯଜନ୍ତୁ ଉଦ୍ଧାର ହେବା ପୂର୍ବ ରାତି ରେ ଉକ୍ତ ଅଞ୍ଚଳ କୁ ଆସିଥିବା ସନ୍ଦିଗ୍ଧ କଳା ରଙ୍ଗ ର ଥାର ଗାଡି ର ବିଭିନ୍ନ ସ୍ଥାନରୁ ୧୫୦ ଟି ସିସିଟିଭି ଫୂଟେଜ ସଂଗ୍ରହ କରା ଯାଇଥିବା ସୂଚନା ମିଳିଛି, ଗତକାଲି ଓରାଙ୍ଗ ଓଟାନ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ ଉଦ୍ଧାର ହେବା ପରେ ଅପରାହ୍ନ ରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନିଷିଦ୍ଧାଞ୍ଚଳ ଘୋଷଣା କରିଛି ବନ ବିଭାଗ, ଏହା ସହ ସେଠାରେ ବନବିଭାଗ ପକ୍ଷରୁ କ୍ଯାମ୍ପ କରା ଯାଇ ଗତକାଲି ଠାରୁ ବନକର୍ମଚାରୀ ମାନେ ଦିନ ରାତି ଜଗି ରହିଛନ୍ତି, ତେବେ ବନ୍ଯଜନ୍ତୁ ଉଦ୍ଧାର ର ଦୁଇ ଦିନ ପରେ କାହିଁକି ମନେ ପଡ଼ିଲା ସୁରକ୍ଷା ବ୍ୟବସ୍ଥା କଥା ? ଘଟଣାସ୍ଥଳରେ ଏତେ ବିଳମ୍ବରେ କାହିଁକି କରାଗଲା ବାଡ଼ ? ଗୋଟିଏ ପଟେ STF ଓ ବନ ବିଭାଗର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଘଟଣାସ୍ଥଳକୁ ଶହ ଶହ ଲୋକଙ୍କ ଯିବା ଆସିବା ଯୋଗୁଁ ପ୍ରମାଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି, ବାଲେଶ୍ୱର ଭୋଗରାଇ ବିଚିତ୍ରପୁରର ଏହି ଘଟଣା ଏବେ ବନ୍ୟଜୀବ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି, ଏହି ସ୍ଥାନ ଠାରୁ ବାଂଲାଦେଶ ଠାରୁ ଜଳ ପଥ ରେ ୪୦୦ କିମି ଏବଂ ପଶ୍ଚିମ ବଙ୍ଗ କୁ ଜଳ ପଥ ରେ ୨୦୦ କିମି ଜଳ ପଥ ରହିଛି,ଏହି ଘଟଣା ସାମ୍ନାକୁ ଆସିବା ପରେ ଏଠାରେ ଭିଡ଼ ଜମିଥିଲା,ଶହ ଶହ ଲୋକ ଘଟଣା ସ୍ଥଳକୁ ଆସି ଯାଉଥିବାରୁ ଏବେ ସେଠାରେ ତଦନ୍ତ ପାଇଁ ଆବଶ୍ୟକ ଚିହ୍ନ ଓ ପ୍ରମାଣ କେତେଦୂର ସୁରକ୍ଷିତ ରହିଛିl ତାହାକୁ ନେଇ ପ୍ରଶ୍ନ ଉଠିଛି,ଘଟଣାର ଦୁଇ ଦିନ ପରେ ଗତ କାଲି ଅପରାହ୍ନ ରେ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ବାଡ଼ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି, ଏହାପରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି l
ହେଲେ ଏଠି ଉଠୁଛି ବଡ଼ ପ୍ରଶ୍ନ, ଘଟଣା ଘଟିବା ପରେ ତୁରନ୍ତ ଘଟଣାସ୍ଥଳକୁ ସିଲ୍ କରାଗଲା ନାହିଁ କାହିଁକି? ଯଦି STF ଓ ବନ ବିଭାଗ ଘଟଣାର ତଦନ୍ତ କରୁଥିଲେ, ତେବେ ଘଟଣାସ୍ଥଳର ସୁରକ୍ଷା ପାଇଁ ଆଗରୁ ବ୍ୟବସ୍ଥା କାହିଁକି କରାଯାଇନଥିଲା?ଲୋକଙ୍କ ଯିବାଆସିବା ଯୋଗୁଁ ମାଟିରେ ଥିବା ପାଦଚିହ୍ନ, ଅନ୍ୟାନ୍ୟ ଚିହ୍ନ କିମ୍ବା ଅନ୍ୟ କୌଣସି ତଦନ୍ତଯୋଗ୍ୟ ପ୍ରମାଣ ପ୍ରଭାବିତ ହୋଇଥାଇପାରେ ବୋଲି ଆଶଙ୍କା ରହିଛି l
ବନ୍ୟଜୀବ ସୁରକ୍ଷା ଓ ଚୋରାଚାଲାଣ ଭଳି ସମ୍ବେଦନଶୀଳ ଘଟଣାରେ ଘଟଣାସ୍ଥଳର ପ୍ରମାଣ ସୁରକ୍ଷିତ ରଖିବା ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଏହି ଘେରାବନ୍ଦୀ ତଦନ୍ତରେ କେତେଦୂର ସହାୟକ ହେବ, ତାହା ଏବେ ବଡ଼ ପ୍ରଶ୍ନ, ଭୋଗରାଇ ବିଚିତ୍ରପୁରର ଏହି ଘଟଣାକୁ ନେଇ ରାଜ୍ୟଠାରୁ ଦେଶ ପର୍ଯ୍ୟନ୍ତ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି l ତଦନ୍ତ କେଉଁ ଦିଗରେ ଯାଉଛି, ବନ୍ୟଜୀବ ଏଠାକୁ କିପରି ଆସିଲେ ଏବଂ ଏହା ପଛରେ କାହାର ଭୂମିକା ରହିଛି, ସେନେଇ ତଦନ୍ତକାରୀ ସଂସ୍ଥାର ରିପୋର୍ଟକୁ ଅପେକ୍ଷା ରହିଛିl
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ : ଖୋଲା ଖବର l
