ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ବିଦ୍ୟାଳୟସ୍ତରୀୟ ପାରମ୍ପରିକ ନ୍ରୁତ୍ୟକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଏନସିଇଆରଟି ଭୂବନେଶ୍ୱରର ପ୍ରଫେସର ଶଂକର ପ୍ରସାଦ ମହାନ୍ତି ମୁଖ୍ୟଅତିଥି,ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ବିଶିଷ୍ଟ ଅତିଥି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍.ଗିରିଧର, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଓ୍ଵାଇ. କ୍ରିଷ୍ଣା ରାଓ,ସମାଜସେବା ତଥା ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ ଓ ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ବିଦ୍ୟା ଅଧ୍ୟୟନ ସହ ମାନସିକ ସନ୍ତୁଳନ ରକ୍ଷା କରିବା ସକାଶେ ସାଂସ୍କୃତିକ ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଂକୁ ଉସ୍ଛାହିତ କରିଥାଏ।ନିଜ ବକ୍ତବ୍ଯରେ ସେମାନଂକୁ ସଂଯମତା ଓ ଜ୍ଞାନ ଶକ୍ତି ଉଭୟକୁ ଅଭ୍ଯାସ ରଖି ମସ୍ତିଷ୍କ ମୁକ୍ତ ରଖିବାକୁ ଆହ୍ବାନ କରିଥିଲେ।ଜିଲ୍ଲାର ୭ଟି ବ୍ଲକରୁ ବିଭିନ୍ନ ବିଦ୍ୟାଳୟରୁ ଭାଗନେଇଥିବା ପ୍ରତିଯୋଗୀଂକ ମଧ୍ୟରୁ ପାରଳାଖେମୁଣ୍ଡି ପିଏମଶ୍ରୀ ମହାରାଜାଙ୍କ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଥମ,ଲିଂଗିପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଦ୍ୱିତୀୟ ଏବଂ ରାୟଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଚାରକ ଭାବେ ଆଦର୍ଶ ଦାସ ଓ ବିନ୍ଦୁପ୍ରିୟା ବେହେରା ଯୋଗଦାନ କରି ପ୍ରତିଯୋଗୀ ମାନଂକ ମୂଲ୍ୟାଙ୍କନ କରିଥିଲେ।କାର୍ଯ୍ୟକ୍ରମକୁ ସୁଜାତା ନନ୍ଦ ଓ ରଶ୍ମିତା କୁମାରୀ ନନ୍ଦ ସଂଯୋଜନା କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।
