ଗଜପତି: ଗଜପତି ଜିଲ୍ଲାର ମହେନ୍ଦ୍ର ତନୟା ନଦୀରେ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ସେ ପାଣିରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ପାରଳାଖେମୁଣ୍ଡି ଦମକଳ ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଛି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେଲା ଖୋଜାଖୋଜି ଚାଲିଛି ବର୍ତମାନ ସୁଦ୍ଧା ମିଳିନାହିଁ। ନିଖୋଜ ବ୍ୟକ୍ତି ଜଣକ ହେଲେ ଗୋଷାଣୀ ବ୍ଳକ ଅନ୍ତର୍ଗତ ଅମରା ଗ୍ରାମ ର ୬୯ ବର୍ଷିୟ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ବୋଲି ସୂଚନା ମିଳିଛି।
