ତିରୁୱନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଘରୋଇ ଭାରତ ବିପକ୍ଷରେ ତିନି ମ୍ୟାଚ୍ର ଦିନିକିଅା ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ମ୍ୟାଚ୍ ରବିବାର ଖେଳାଯିବ। ଭାରତୀୟ ଟ୍ବେଣ୍ଟି୨୦ ଦଳ ଏସୀୟ କ୍ରୀଡ଼ା ଖେଳିବାକୁ ଜାପାନରେ ଥିବା ସତ୍ତ୍ବେ ଏକ ଶକ୍ତିଶାଳୀ ଦଳ ଦିନିକିଆରେ ୱେଷ୍ଟଇଣ୍ଡିଜ୍ର ମୁକାବିଲା କରିବ। ବିଶ୍ରାମ ନେଇଥିବା ଯଶପ୍ରୀତ ବୁମ୍ରାଙ୍କୁ ଛାଡ଼ି ଭାରତର ପ୍ରମୁଖ ଖେଳାଳି ଏହି ଶୃଙ୍ଖଳା ଖେଳିବେ। ରୋହିତ ଶର୍ମାଙ୍କ ଉପରେ ପୁଣିଥରେ ସମସ୍ତଙ୍କ ନଜର ରହିବ। ଭାରତର ଉପ ଅର୍ଡର ବ୍ୟାଟିଂ ବେଶ୍ ମଜ୍ଭୁତ ରହିଛି। ଅଧିନାୟକ ଶୁଭମନ ଗିଲ୍ଙ୍କ ସହ ରୋହିତ ଓପନ୍ କରିବେ। ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ, କେ.ଏଲ୍. ରାହୁଲ ମଧ୍ୟକ୍ରମ ସମ୍ଭାଳିବେ।
