ମାଲକାନଗିରି: କଂଗ୍ରେସ ନେତୃତ୍ୱ ଇଣ୍ଡିଆ ବ୍ଲକ ର ୧୨ ଘଣ୍ଟିଆ ବନ୍ଦ ଡାକରାରେ ଆଜି ଓଡିଶା ବନ୍ଦ ଅବସରରେ ମାଲକାନଗିରି ଜ଼ିଲ୍ଲା ରେ ଦୋକାନ ବଜାର, ସ୍କୁଲ କଲେଜ ଏବଂ ଜାନ ବାହାନ ଚଳା ଚଳ ସମ୍ପୂର୍ଣ ବନ୍ଦ। ମାଲକାନଗିରି ଜ଼ିଲ୍ଲା ସମ୍ପୂର୍ଣ ପ୍ରଭାବିତ। ୪ ଦଫା ଦାବି ନେଇ ମାଲକାନଗିରି ଜ଼ିଲ୍ଲା ର ସଦର ମହକୁମା ରେ କର୍ମୀ ମାନେ ବସ ଷ୍ଟାଣ୍ଡ, ବାଲିମେଳା ଛକ, ଡି ଏନ କେ ଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରାଯାଉଥିଲା,ଭୋଟ ବଞ୍ଚାଓ,ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓ ନାରା ଦିଆଯାଉଥିଲା। ମୁଖ୍ୟ ଦାବି ଗୁଡିକ ମଧ୍ୟ ରୁ ଏମ ଏମ ଡି ଆର ବିଲ ରଦ୍ଧ କରାଯାଉ,ଜ୍ଞନେସ କୁମାର ଙ୍କ ଇସ୍ତଫା, ଗଣ ଶିକ୍ଷମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା, ବନ୍ୟା ବିପନ୍ନ ଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଉ ଏହି ଦାବି ଗୁଡିକ ନେଇ କଂଗ୍ରେସ ରାଜରାସ୍ତାରେ ଓହ୍ଲାଇଛି ବୋଲି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏବଂ ଜ଼ିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ ପ୍ରକାଶ କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଜ଼ିଲ୍ଲା ସଭାପତି ଜୀ ଶ୍ରୀନିବାସ ରାଓ ଚେତାବନୀ ଦେଇଛନ୍ତି। ଜ଼ିଲ୍ଲା ର କାଲିମେଳା, ବାଲିମେଳା, ମାଥିଲି ମାଲକାନଗିରି ଜୟପୁର ଚଳା ଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ହୋଟେଲ, ଦୋକାନ ବଜାର ସ୍କୁଲ, କଲେଜ ସମ୍ପୂର୍ଣ ବନ୍ଦ ବ୍ୟାଙ୍କ, ପୋଷ୍ଟ କାର୍ଯ୍ୟଳୟ ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ବନ୍ଦ ଡାକରାରେ ଜ଼ିଲ୍ଲା ଠପ ହୋଇପଡିଛି। ଏହି ଅବସରରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ଗୋବିନ୍ଦ ଚନ୍ଦ୍ର ପାତ୍ର, ଜ଼ି ଶ୍ରୀନିବାସ ରାଓ, କେଶୁ ରାଓ, ପ୍ରାଣ କୃଷ୍ଣ ମଣ୍ଡଳ,ରହିମ ଖାନ ପର୍ଶୁରାମ ଭକ୍ତ, ଛବି ଦାସ, ପ୍ରଭାକର ପାଳ, ସରୋଜ ପାତ୍ର ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।