ଲମତାପୁଟ: ଓଡିଶା ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ପଡିଛି ଲମତାପୁଟ ବ୍ଲକରେ l ବ୍ଲକ କଂଗ୍ରେସ ତରଫରୁ ସମ୍ପୂର୍ଣ ବନ୍ଦ ରହିଛି ଲମତାପୁଟ ସହର l ଦୋକାନ ବଜାର ବନ୍ଦ ରହିବା ଗାଡି ମଟର ଚଳା ଚଳ ସମ୍ପୂର୍ଣ ବନ୍ଦ ରହିଛି l ଲମତାପୁଟ, ବିଶାଖାପାଟଣା, ଜୟପୁର ମୁଖ୍ୟ ରାସ୍ତାକୁ ଅବରାଧ କରି ଶାନ୍ତି ପୁର୍ଣ ଭାବରେ ବନ୍ଦ ପାଳନ କରୁଛି ସ୍ଥାନୀୟ କଂଗ୍ରେସ ଦଳ l ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି l ବେସରକାରୀ ବିଦ୍ୟାଳୟ ଗୁଡିକରେ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ବାତିଲ କରିବା ସହ ପରୀକ୍ଷା ଘୁଁଞ୍ଚାଇ ଦିଆଯାଇ l ଜରୁରୀ କାଳୀନ ସେବା ଛାଡିଦେଲେ ସମ୍ପୂର୍ଣ ବନ୍ଦ ରହିଛି ଲମତାପୁଟ ବ୍ଲକର ପେଟା, ସଗର, ମାଛକୁଣ୍ଡ, ଅନକାଡେଲି ଗୁନେଇପଡା ଅଞ୍ଚଳରେ ବନ୍ଦ ପ୍ରଭାବ ପଡିଛି l
