କୁଜଙ୍ଗ, ବନ୍ଯା ବିପନ୍ନ ପରିବାରକୁ ସହାୟତା ର ହାତ ବଢ଼ାଇଲା ଓଡ଼ିଶା ଜନତା କଂଗ୍ରେସ ପାର୍ଟି। ମହାନଦୀରେ ବନ୍ଯା ପାଣି କମିଥିଲେ ସୁଦ୍ଧା ଏବେବି ବନ୍ଯାଞ୍ଚଳ ଲୋକମାନେ ଦୁଃଖ ଦୂର୍ଦ୍ଦଶା ଭିତରେ ଜିବନ ଯାପନ କରୁଛନ୍ତି। ଏହାକୁ ଅନୁଭବ କରି ଓଡ଼ିଶା ଜନତା କଂଗ୍ରେସ ପାର୍ଟି ରାଜ୍ଯ ସଭାପତି ଶ୍ରୀ ମହମ୍ମଦ ମୋକିମ ଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନ ରେ ଜିଲ୍ଲାନାସୀ ପଞ୍ଚାୟତର ଜୟଶଂଖ ପୁର, ଗ୍ରାମରେ ପଲିଥିନ ସମେତ ଅନ୍ଯାନ୍ଯ ରିଲିଫ ସାମଗ୍ରୀ ପ୍ରଦାନ କରା ଯାଇଛି। ଏହି କାର୍ଯ୍ଯକ୍ରମ ରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ରାଜ୍ଯ ଉପ ସଭାପତି ବଦ୍ରିନାରାୟଣ ମହାନ୍ତି,ମହିଳା ସଭାନେତ୍ରୀ ଶୈଳବାଳା ଜେନା,ସମ୍ପାଦକ ତପନ ରାଉତରାୟ, ଯୁବ ସଭାପତି ଆର୍ଯ୍ଯ ବିର, ଜିଲ୍ଲା ସଭାପତି ସତ୍ଯଦିପ ବଶ୍ୱାଳ ପ୍ରମୁଖ ଉପସ୍ଥିତି ଥିଲେ। ଜିଲ୍ଲାନାସୀ ପଞ୍ଚାୟତର ସମର୍ଥକ ଅମର ଦାସ, ଧିରେନ୍ଦ୍ର ବିଶ୍ୱାଳ, ଉମାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ମହମ୍ମଦ ମୋକିମ ଙ୍କୁ ଜୟସଂଖପୁର ଗ୍ରାମର ମହିଳା ମାନେ ହୁଳହୁଳି ରେ ଗ୍ରାମ ପରୀକର୍ମା କରି ନେଇଥିଲେ, ଗ୍ରାମ ର ସବୁ ମହିଳା, ପୁରୁଷ ମାନେ ସ୍ୱାଗତ କରିଥିଲେ, ମହମ୍ମଦ ମୋକିମ ସାର କହିଥିଲେ ମୁଁ ଆଉ ମୋର ସଙ୍ଘଠନ ଆପଣଙ୍କ ଗ୍ରାମ ରେ ସବୁ ବେଳେ ସାହାଯ୍ୟ ର ହାତ ବଢେଇବା ପାଇଁ ଆଗେଇଆସିବ ଜଗତସିଂହପୁର ରୁ ପ୍ରମୋଦଦାସ ଙ୍କ ରିପୋର୍ଟ