ପାଟଣା ୨।୯, ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ମୁଖ୍ୟାଳୟ ଚିନାମାଳିପଶି ଠାରୁ ମଲ୍ଲୀପଶି ଛକ ୨୨୦ ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ରୁଢ଼ିଆପଡା ନିକଟରେ ଆଜି ଏକ ବଡ଼ ନିମ ଗଛ ଉପୁଡି ପଡିଛି।ସୌଭାଗ୍ୟ କୁ ଏହି ରାସ୍ତା ଦେଇ ଚଳପ୍ରଚଳ କରୁଥିବା ଯାତ୍ରୀବାହୀ ବସ ଅଥବା ହାଲୁକା ଯାନ ଯିବା ସମୟରେ ଗଛଟି ପଡିନଥିବାରୁ ଲୋକେ ଆସ୍ୱସ୍ତି ପ୍ରକାଶ କରିଛନ୍ତି।ଖବର ପାଇବା ପରେ କେନ୍ଦ୍ରାଧିକାରୀ ଗୌର ମୋହନ ହେମ୍ବ୍ରମ ଙ୍କ ନେତୃତ୍ୱରେ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛକୁ କାଟି ଗଡ଼ ଗଡ଼ କରି ରାସ୍ତାରୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।