ନୂଆଦିଲ୍ଲୀ: ସାଉଦି ଆରବ ଉପରେ ହାଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ ଦୃଢ଼ ଭାବେ ନିନ୍ଦା କରିଛି। ବିଶେଷକରି ନାଗରିକ ଓ ଆର୍ଥିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯିବା ଅଗ୍ରହଣୀୟ ବୋଲି ଭାରତ କହିଛି। ଏପରି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ଦୁର୍ବଳ କରିବା ସହ ବାବ୍-ଏଲ୍-ମାଣ୍ଡେବ୍ରେ ନୌଚଳାଚଳ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି।ସାଉଦି ଆରବରେ ହାଉଥି ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ସାଉଦି ସାର୍ବଭୌମ କ୍ଷେତ୍ର ଉପରେ ଆକ୍ରମଣ, ବିଶେଷକରି ନାଗରିକ ଓ ଆର୍ଥିକ ସୁବିଧାକୁ ଟାର୍ଗେଟ କରିବାକୁ ଭାରତ ନିନ୍ଦା କରୁଛି।
