ବାଣପୁର :ବାଲୁଗାଁ ରେଳ ଷ୍ଟେସନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ଅଚାନକ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି। ଆଇଇ ଟାଙ୍ଗୀଙ୍କ ତତ୍ତ୍ୱାବଧାନରେ ଏବଂ ବାଲୁଗାଁ ରେଳ ଷ୍ଟେସନ ଆରପିଏଫ ଟିମ୍ର ସହଯୋଗରେ ଏହି ଚଢ଼ାଉ ହୋଇଥିଲା।
ଏହି ସମୟରେ ଷ୍ଟେସନ ରୋଡ୍ରେ ଏକ ଏନଡିପିଏସ ମାମଲା ଧରାପଡ଼ିଛି। ପଶ୍ଚିମବଙ୍ଗର ଅଭିଯୁକ୍ତ ଅଭିଷେକ କୁମାର ସିଂହଙ୍କ ଠାରୁ ୨୦.୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏ ନେଇ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣକ ଟ୍ରେନ୍ ଯୋଗେ ଗଞ୍ଜେଇ କଲକାତାକୁ ନେଇ ଯାଉଥିବା ବେଳେ କୌଣସି ଏକ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
