ପଦ୍ମପୁର, ୧୧/୧୦ (ଡ଼ିଲେଶ୍ଵର ବାଗ): ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ଚାରି ଜଣ ଛାତ୍ରୀ ଜିଲ୍ଲା ସ୍ତର ରେ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶ୍ରବଣୀ ସାହୁ ରାଜ୍ୟ ସ୍ତରୀୟ ଚେସ୍ ପ୍ରତିଯୋଗିତା ଏବଂ ଲିଶା ବାଗ୍ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ,ନବମ ଶ୍ରେଣୀ ଛାତ୍ରୀ ଆରାଧ୍ୟ ବଗର୍ତ୍ତୀ ଓ ଶୁଭଶ୍ରୀ ସୁନା ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାଳିକା ବ୍ୟାଡମିଣ୍ଟନ ଡବଲସ୍ ପାଇଁ ମନୋନୀତ ହୋଇଛନ୍ତି।ଏହି ସଫଳତା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଓ ତାଙ୍କୁ ଶିଖିଥିବା ଶିକ୍ଷୟିତ୍ରୀ ନୀଳିମା ରାଣୀ ମହାନ୍ତି ଓ ପ୍ରଭାତୀ ପଟ୍ଟନାୟକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସହପାଠୀମାନଙ୍କ ମଧ୍ୟରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଅଞ୍ଚଳର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରାଯାଇଛି।
