ପାରାଦ୍ୱୀପ: ପାରାଦ୍ୱୀପ ଅସହାୟ କଲ୍ୟାଣ ସମିତିର ସକ୍ରିୟ ସଦସ୍ୟା ପ୍ରତିମା ଦାସ ଏବଂ ତାଙ୍କ ସ୍ୱାମୀ ବିଭୂତି ଭୂଷଣ ଦାସଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସେମାନେ ନିଜ ଭଉଣୀ ଘର ପାରାଦ୍ୱୀପ ଗଡକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୩ଟା ସମୟରେ ନିଜ କାର୍ ଯୋଗେ ଫେରୁଥିବା ବେଳେ ପାରାଦ୍ୱୀପ ଗଡ ନିକଟରେ ନୂତନ ଭାବେ ନିର୍ମାଣାଧୀନ ଓଭରବ୍ରିଜ୍ ଉପରକୁ ଯାଉଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ରୋଡ୍ କଡରେ ଥିବା ଖାଲରେ ଗାଡି ପଡିଯିବାରୁ ଉଭୟ ଗାଡିରୁ ବାହାରି ପାରି ନଥିଲେ। ଗାଡି ଭିତରେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ପରେ ସେମାନଙ୍କୁ ବିଜୁ ମେମୋରିଆଲ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅପୂରଣୀୟ କ୍ଷତି ନେଇ ଅସହାୟ କଲ୍ୟାଣ ସମିତିର ଉପଦେଷ୍ଟା ପ୍ରୀତିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିବା ବେଳେ ସମିତିର ସମସ୍ତ ସଦସ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି।
*କୁଜଙ୍ଗରୁ ପ୍ରମୋଦ ଦାସ ଙ୍କ ରିପୋର୍ଟ