କଟକ : ଆକୃତି ବିଦ୍ୟାମନ୍ଦିର ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ।
କଟକର ଆକୃତି ବିଦ୍ୟା ମନ୍ଦିର ପରିସରରେ ୧୫ତମ ବାର୍ଷିକ ବିଜ୍ଞାନ ବାଟିକା ଆନନ୍ଦ ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଅନ୍ୟ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସ୍ମାର୍ଟ ଅଏଲ୍ ସ୍କିମର୍, ଆତ୍ମହତ୍ୟା ନିରୋଧୀ ସ୍ମାର୍ଟ ଫ୍ୟାନ୍ ମୋଡେଲ୍, କାରଖାନା ପାଇଁ କାର୍ବନ୍ ବିଶୋଧନ ପ୍ରଣାଳୀ,ସ୍ମାର୍ଟ କୃଷି ପ୍ରଣାଳୀ,ସୌରଶକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ରୋବୋଟିକ୍ସ ଓ ସ୍ମାର୍ଟ ସିଟି ଭଳି ଅନେକ ଆକର୍ଷଣୀୟ ଏବଂ ଉପଯୋଗୀ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏଥି ସହ ବିଭିନ୍ନ ଔଷଧୀୟ ଉଦ୍ଭିଦ ଓ ତାର ଉପକାରିତା , ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶୀଳ୍ପ , ମୀନାବଜାର ଓ ପୁସ୍ତକ ମେଳା ପ୍ରଦର୍ଶିତ କରାଯାଇଥିଲା।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରୀନାଥ ସେଠି ସି.ଆର.ସି, ଓ.ଇ.ଏସ୍.ସି କ୍ଲଷ୍ଟର ସମ୍ପଦ କେନ୍ଦ୍ର କଟକ, ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ଅଜୟ କୁମାର ନନ୍ଦ ପ୍ରଧାନଶିକ୍ଷକ ରତ୍ନାକର ବିଦ୍ୟାମନ୍ଦିର , ଶ୍ରୀଯୁକ୍ତ ସୁଶୀଲ୍ କୁମାର ସ୍ବାଇଁ ପ୍ରଧାନଶିକ୍ଷକ କୁଞ୍ଜବିହାରୀ ହାଇସ୍କୁଲ ,ଡକ୍ଟର ବିଶ୍ବମୋହନ ଜେନା ଓଇଏସ୍-୧ ଓ ନିମନ୍ତ୍ରିତ ବିଚାରକମଣ୍ଡଳୀ ଶ୍ରୀମତୀ ରୋଜାଲୀନ୍ ଦାସ ବିଜ୍ଞାନ ଶିକ୍ଷୟତ୍ରୀ କୁଞ୍ଜବିହାରୀ ହାଇସ୍କୁଲ ଓ ଶ୍ରୀଯୁକ୍ତ ପ୍ରଫୁଲ କୁମାର ଦଳାଇ ଜେନିଥ୍ କଲେଜର ଅଧ୍ୟକ୍ଷ ପ୍ରତ୍ୟେକ ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ସର୍ବଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରାଯାଇ କୃତୀ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
