କଟକ: କଟକର ଫ୍ରେଣ୍ଡସ୍ କଲୋନୀ କଟକ ସ୍ଥାନୀୟ ଆକୃତି ବିଦ୍ୟା ମନ୍ଦିର ପରିସରରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପାପୁ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗୁରୁ ଦିବସ ସମାରୋହରେ ପିଲାଙ୍କ କଲ୍ୟାଣ ନିମିତ୍ତ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅକ୍ଷୟ କୁମାର ରଣା ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ କିଭଳି ତ୍ୟାଗପୁତ ଜୀବନକୁ ଆପଣେଇ ହେବ ସେ ଦିଗରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁମାଙ୍କ ସହିତ ନାଟ୍ୟଗୁରୁ,ଚୌଧୁରୀ ଶାଶ୍ୱତ ମହାପାତ୍ର ,କୁଳଗୁରୁ ଶ୍ରୀଯୁକ୍ତ ରମେଶ କର ଙ୍କୁ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥିଲା ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମା’ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା ।ପିଲା ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିବା ସହିତ ପିଲା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)
