କଟକ: କଟକର ମହିଳା ଆଇନଜୀବୀ ସମ୍ମିଳନୀ ସିଡ଼ିଏ ସେକ୍ଟର-୯ ସ୍ଥିତ ସନ୍ତୁକା ପ୍ୟାଲେସ୍ ରେ ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ମହିଳା ଆଇନଜୀବୀ ମାନଙ୍କ ପାଇଁ ବାଇଶ ସୂତ୍ରୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜରୁରୀ ପରିସ୍ଥିତିରେ ଆଇନଜୀବୀ ମାନଙ୍କୁ ରିଲିଫ୍ ଦେବା ପାଇଁ ଏକ ରିଲିଫ୍ କେନ୍ଦ୍ର ଖୋଲିବା ସମନ୍ଧରେ ଆଲୋଚନା ଏବଂ ଆଇନଜୀବୀ ମାନଙ୍କୁ ନେଇ ଏକ ରିଲିଫ୍ କମିଟି ଗଠନ କରିବା ଏବଂ ଉକ୍ତ ସମ୍ମିଳନୀରେ ମହିଳା ଆଇନଜୀବୀ ମାନଙ୍କର ୫୦ ପ୍ରତିଶତ ହକ୍ ଓ ଅଧିକାରକୁ ପକ୍କା କରିବା ବିଷୟରେ ଆଲୋଚନା କରି ମହିଳା ଆଇନଜୀବୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିବାବେଳେ କିରନ ରାଉତ ସଭା ପରିଚାଳନା କରିଥିଲେ।ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ତ୍ରିଲୋଚନ ରାଉତ, ଆଇନଜୀବୀ ଉମାରାଣୀ ପଣ୍ଡା, ଆଡ଼ଭୋକେଟ ରେଣୁ କରଞ୍ଜିଆ,ଆଡ଼ଭୋକେଟ ଲିପିକା ବର୍ମା ଆଡ଼ଭୋକେଟ ବିଦ୍ୟୁତ ପ୍ରଭା ପଣ୍ଡା,ଆଡ଼ଭୋକେଟ ସରସ୍ବତୀ ସେନାପତି,
ଆଡ଼ଭୋକେଟ ମଞ୍ଜୁଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଅତିଥି ଭାବରେ ଭାରତୀ ଦାସ, ସି କସ୍ତୁରୀ, ସୁରେନ୍ଦ୍ର କର,ଆଇନଜିବୀ ରବିନ୍ଦ୍ର ପ୍ରଧାନ , ଚିତ୍ତ ରଞ୍ଜନ କର ଓ ବିଷ୍ଣୁ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ
ଶତାଧିକ ମହିଳା ଆଇନାଜିବୀ ଉପସ୍ଥିତ ହୋଇ ନିଜର ଅଧିକାର ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)