କଟକ: କଟକର ସର୍ବପଲ୍ଲୀ ଗୁରୁ ସମ୍ମାନ-909୬ ଓଡ଼ିଶା ବିଦ୍ୟା ବିକାଶ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଶତାଦ୍ଦୀ ଭବନରେ ଆନୁଷ୍ଠାନିକ ଭାବରେ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଆଦର୍ଶ ଶିକ୍ଷକମାନଙ୍କୁ “ସର୍ବପଲ୍ଲୀ ଗୁରୁ ସମ୍ମାନ -୨୦୨୬” ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତିତ୍ଵ କରିଥିଲେ ବିଦ୍ୟା ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ରତ୍ନାକର ରାଉତ । ବାବା ବିଶ୍ବନାଥ ଦାଶ,
ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଚାରପତି ରତିକାନ୍ତ ମହାପାତ୍ର,ବିଶିଷ୍ଟ ଅତିଥି ଭାବରେ ଚିକିତ୍ସକ ଡ. ବିଶ୍ବଜିତ୍ କର
ମୁଖ୍ୟବକ୍ତା ଭାବରେ ଶ୍ରୀମତୀ ସୁଜାତା ଦାସ ମହାନ୍ତି,
ସମ୍ମାନିତ ଅତିଥି ହିମାଂଶୁ କୁମାର ଗଢ଼ାନ୍ତି, ହିନ୍ଦୁସେନା ସଭାପତି ଓ ସମାଜସେବୀ ସାଥୀ ଦେବାଶିଷ ରାଉତ,ସୌମିତ୍ର ଲେଙ୍କା, ସଭାପତି କଲ୍ୟାଣ ଫାଉଣ୍ଡେସନ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ।ପରିଷଦର କାର୍ଯ୍ୟକାରୀ ସଭାପତିତ୍ଵ କରିଥିଲେ ଶ୍ରୀଯୁକ୍ତ ବିଶ୍ବଜିତ୍ ସୂର୍ଯ୍ୟବଂଶୀ। ବିଦ୍ୟା ବିକାଶ ପରିଷଦର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲା
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)
