ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ସେମିନାର ହଲରେ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଅଛି ।ଏହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ତଥା ଭାରପ୍ରାପ୍ତ ଅଧକ୍ଷ ଦାୟିତ୍ୱରେ ଥିବା ଡକ୍ଟର ନିମାଇଁ ଚରଣ ରାଉତ
ପ୍ରାଣୀବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଅନିତା ଦାସଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା, ଓଜେଲ୍ ପଟ୍ଟନାୟକ,ପୂର୍ଣାନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ,ମମତା ମିଶ୍ର,ତନୁଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ର ଆୟୋଜନ କରିବାର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ,ନୈତିକ ଚିନ୍ତାଧାରା,ଗବେଷଣା ମୂଳକ ମନୋଭାବ ,ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ଏହି ଆଲୋଚନାଚକ୍ର ଦ୍ୱାରା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ।ସର୍ବପ୍ରଥମେ ଛାତ୍ର ଛାତ୍ରୀ ମାନେ ଗଣେଶ ବନ୍ଦନା ଗାନ କରିଥିଲେ । ସେମିନାର ସମ୍ପାଦକ ପ୍ରିତିପାଲ ସାହୁ ସେମିନାର ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ଜ୍ଞାନ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶୀତଳ ହେମ୍ବ୍ରମ glycolysis ଉପରେ ସେମିନାର ଟକ ପ୍ରଦାନ କରିଥିଲେ । ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
