ଅଣୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାରାୟଣୀ କଲେଜ ଅଡିଟୋରିୟମ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଛି। ନୂଆ ପରିବେଶ ଓ ନୂଆ ସ୍ୱପ୍ନ ସହ କଲେଜ ଜୀବନ ଆରମ୍ଭ କରିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସ୍ୱାଗତ ଜଣାଯାଇଥିଲା। ଉକ୍ତ
ସମାରୋହରେ ନାରାୟଣୀ ଟ୍ରଷ୍ଟ ବୋର୍ଡର କଲେଜ ଅଧ୍ୟକ୍ଷ ବିଭେଧେନ୍ଦୁ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। କଲେଜ ଅଧ୍ୟକ୍ଷା ରଶ୍ମିତାବାଳା ଗଡ଼ନାୟକଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକା ଓ ଦ୍ୱିତୀୟ-ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ନିଜ ଅଭିଭାଷଣରେ ମୁଖ୍ୟ ଅତିଥି କହିଥିଲେ, “କଲେଜ କେବଳ ଜ୍ଞାନ ଆହରଣର ସ୍ଥାନ ନୁହେଁ, ଏହା ଜୀବନ ଗଢ଼ିବାର କାରଖାନା।” ପାଠପଢ଼ା ସହ ଶୃଙ୍ଖଳା, ସମୟାନୁବର୍ତ୍ତିତା, ନମ୍ରତା ଓ ମାନବିକତାକୁ ଜୀବନର ଅଂଶ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏଥିସହ ବରିଷ୍ଠ ଛାତ୍ରଛାତ୍ରୀମାନେ ନବାଗତଙ୍କୁ ସାନଭାଇ-ଭଉଣୀ ଭାବେ ଗ୍ରହଣ କରି ପାଠପଢ଼ା ଓ କଲେଜ ଜୀବନରେ ସମସ୍ତ ପ୍ରକାର ସହଯୋଗର ବାର୍ତ୍ତା ଦେଇଥିଲେ। ଭାଇଚାରା, ପରସ୍ପର ସମ୍ମାନ ଓ ସୁସ୍ଥ ଶିକ୍ଷା ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମାରୋହରେ ଡ଼ଃ. ଅବିନାଶ ମହନ୍ତ, ସୁପ୍ରତି ଧର, ଦୀପକ କୁମାର ଦେହୁରୀ, ଜିତେନ୍ଦ୍ର ମିଶ୍ର, ସିଦ୍ଧାର୍ଥ ପଟ୍ଟନାୟକ, ସୁରେଶ ଚନ୍ଦ୍ର କର, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ସାନ୍ତ୍ୱନା ଶତପଥୀ, ଭୂପତି ଭୂଷଣ ପ୍ରଧାନ, ଚିନ୍ମୟ ବେହେରା, ଆଲୋକ ବେହେରା, ପ୍ରଶାନ୍ତ ଭୁକ୍ତା, ସୁଲୋଚନା ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
କଲେଜର ଲୋକସମ୍ପର୍କ ଅଧିକାରୀ ଇଂ. ଶଶାଙ୍କ ଶେଖର ସାମଲ ସଭା ପରିଚାଳନା କରିଥିଲେ। ନବାଗତଙ୍କ ପାଇଁ ଏହି ସ୍ୱାଗତ ସମାରୋହ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଥିଲା।