ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀ ବାଳୁଆକଟା ପଞ୍ଚାୟତ ଶାବଳଭଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ସାହୁଙ୍କ ପୁତ୍ର ଜ୍ଞାନସ୍ବରୂପ ସାହୁ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ପୁଅ ର ଚିକିତ୍ସା ନିମନ୍ତେ ଘରର ଆର୍ଥିକ ସମ୍ବଳ ଖର୍ଚ୍ଚ କରି ସାରିଥିବା ବେଳେ, ଉତ୍ତମ ଚିକିତ୍ସା ନିମନ୍ତେ ସହାୟତାକୁ ଅନାଇ ବସିଛନ୍ତି ପରିବାରବର୍ଗ। ଏହି ଖବର ବଅଁରପାଳ ଅଞ୍ଚଳ ର ଯୁବ ସମାଜସେବୀ #ଅଭିମନ୍ୟୁ #ସାହୁ ପାଇବା ମାତ୍ରେ ସହାୟତା ର ହାତ ବଢାଇଛନ୍ତି। ଜ୍ଞାନସ୍ୱରୂପ ଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବା ସହ ଉତ୍ତମ ଚିକିତ୍ସା ନିମନ୍ତେ ୫୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି #ଅଭିମନ୍ୟୁ #ସାହୁ। ଆର୍ଥିକ ସହାୟତା ପ୍ରଦାନ କରି ମହନୀୟତା ର ପରିଚୟ ଦେଇଛନ୍ତି ଶ୍ରୀ ସାହୁ। ଖେଳିବା ବୁଲିବା ବୟସ ରେ ଦୁରାରୋଗ୍ୟ ବ୍ୟାଧି ରେ ପୀଡିତ ଅଛନ୍ତି ଜ୍ଞାନସ୍ୱରୂପ। ଏହିଭଳି ଦୁଃଖଦ ସମୟରେ ଆର୍ଥିକ ସହାୟତା ଦେଇଥିବା ଅଭିମନ୍ୟୁଙ୍କୁ ସାହି ପଡିଶା, ପରିବାର ବର୍ଗ ଓ ପଞ୍ଚାୟତବାସୀ ଧନ୍ୟବାଦ ଦେଇଛନ୍ତି। ” ମାନବ ସେବା ହିଁ ମାଧବ ସେବା ” କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଏହି ସେବା ଜାରି ରଖିଛନ୍ତି ଶ୍ରୀ ସାହୁ। ସମାଜସେବୀଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରିବା ସହ ସେବା କାର୍ଯ୍ୟ ଜାରି ରଖି ଦୁଃଖୀ ଅରକ୍ଷିତଙ୍କ ସାହା ହେବାକୁ ପରାମର୍ଶ ଦେଇଛନ୍ତି। ସେବକ ର ହାତ ସଦା ପବିତ୍ର ହୋଇଥାଏ। ଏହିଭଳି ସେବା ଚାଲିଛି ଆଉ ଚାଲିବ ବୋଲି ସମାଜସେବୀ ସୂଚନା ଦେଇଛନ୍ତି।