ଭୁବନେଶର: ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଛାତ୍ର ନିଯୁକ୍ତି ପାଇଁ ସିଟି. କିମ୍ବା ବିଇଡି ଜରୁରୀ, ମାତ୍ର ଓଡିଶାରେ ସଂସ୍କୃତ, ହିନ୍ଦୀ ଓ ଉର୍ଦ୍ଦୁ ଭଳି ବିଷୟ ପାଇଁ ସ୍ଵତନ୍ତ୍ର ବିଇଡି ବ୍ୟବସ୍ଥା ସହିତ କଳା ଓ ବିଜ୍ଞାନ ବିଷୟରେ ବିଇଡି କରିବା ପାଇଁ ବ୍ୟବସ୍ଥା ରହିଛି । କଳାରେ ବିଇଡି କରୁଥିବା ଛାତ୍ରଛାତ୍ରୀ ଓଡ଼ିଆ, ଇଂରାଜୀ, ଓ ସାମାଜିକ ବିଜ୍ଞାନ ଆଦି ବିଷୟ ପଢ଼ିଥାନ୍ତି । ମାତ୍ର ଓଡ଼ିଶାରେ ଓଡ଼ିଆରେ ସ୍ଵତନ୍ତ୍ର ବିଇଡି କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଏହାଛଡ଼ା ତାମିଲ୍, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଭଳି ଭାଷାରେ ବିଇଡି କରିବା ପାଇଁ ରାଜ୍ୟରେ ବ୍ୟବସ୍ଥା ରହିଥିବା ବେଳେ, କେବଳ ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ବିଇଡି ବ୍ୟବସ୍ଥା ନଥିବା, ଓଡ଼ିଆ ଭାଷା ପ୍ରତି ଅନାଦରର ଏକ ଜ୍ଵଳନ୍ତ ନମୁନା ବୋଲି ଭାଷାବିତ୍ ଓ ଶିକ୍ଷାବିତ ମାନେ ମତ ପ୍ରକାଶ କରୁଛନ୍ତି ।ଜଣାଯାଉଛି ଯେ, ପୁରୀ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ସ୍ଵତନ୍ତ୍ର ବିଇଡି ପାଠ୍ୟକ୍ରମ (ଶିକ୍ଷାଶାସ୍ତ୍ରୀ) ରହିଛି । ସେହିପରି ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟ ରହିଛି । ଏହାଛଡ଼ା ସମ୍ବଲପୁରର ବିଦ୍ୟାଳୟରେ ହିନ୍ଦୀର ବିଇଡି ପାଠ୍ୟକ୍ରମ ରହିଛି । କିନ୍ତୁ କିଛି ଦିନ ତଳେ ରାଜ୍ୟ ସରକାର ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉର୍ଦ୍ଦୁ ଭାଷାରେ ବିଇଡି ପାଠ୍ୟକ୍ରମ ଆରମ୍ଭ କରୁଛନ୍ତି ।
ଏହାକୁ ଛାଡ଼ି ରାଜ୍ୟରେ ୧୩ ଗୋଟି ସରକାରୀ ମହାବିଦ୍ୟାଳୟ ସମେତ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ରେଭେନ୍ସା ବିଶ୍ଵବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ରେ ମାତ୍ର ୨୦ଟି ଏଣ୍ଟିଗ୍ରେଟେଡ଼ ବିଏ.ବିଇଡି ସିଟ ଓଡ଼ିଆ ଭାଷାରେ ଦକ୍ଷ ଶିକ୍ଷକ ନିଯୁକ୍ତି ପାଇଁ ଏହା ଯଥେଷ୍ଟ ନୁହେଁ ।
ରାଜ୍ୟରେ ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ପଦ କୁ ଆଗ୍ରହ କରାଯାଉଛି । ଏହି ପଦ ପାଇଁ ଦକ୍ଷ ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଓଡ଼ିଆ ବିଇଡି ବ୍ୟବସ୍ଥା କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।
ଏହାଛଡା, ଓଡ଼ିଆ ବିଶ୍ଵବିଦ୍ୟାଳୟ ଗୁଡିକରେ ବିଇଡି ପାଠ୍ୟକ୍ରମ ସହ ଏମ.ଇଡ଼ି ପାଠ୍ୟକ୍ରମ ବ୍ୟବସ୍ଥା କରାଗଲେ ଦକ୍ଷ ତାଲିମ ପ୍ରାପ୍ତ ଓଡ଼ିଆ ଶିକ୍ଷକ ଙ୍କୁ ନିଯୁକ୍ତି ମିଳିବ । ଏପରି ପରିସ୍ଥିତି ଦୃଷ୍ଟିରେ ରଖି, ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରି ପାରିବେ , ଓଡ଼ିଆ ଶିକ୍ଷକ ଙ୍କ ନିଯୁକ୍ତି ପାଇଁ ବିଭାଗ ନକରିଥିଲେ ମଧ୍ୟ ଓଡ଼ିଆ ଅନର୍ସ ରେ ସ୍ନାତକ ପାସ ଛାତ୍ରଛାତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇପାରିବ । ଏହାପରେ ସେମାନଙ୍କୁ ଇନ୍-ସର୍ଭିସ୍ ତାଲିମ ବ୍ୟବସ୍ଥା କରାଯାଇପାରିବ ।
ଗୁଣାତ୍ମକ ସଂସ୍କୃତ ଶିକ୍ଷା ପାଇଁ ଯେମିତି ଶିକ୍ଷାଶାସ୍ତ୍ରୀ ,ହିନ୍ଦୀ ପାଇଁ ହିନ୍ଦୀଶିକ୍ଷା ପାରଙ୍ଗଦ ଯେପରି ଫଳପ୍ରଦ ହୋଇଛି, ସେହିପରି ସ୍ୱତନ୍ତ୍ର ଓଡ଼ିଆ ବିଇଡି ବ୍ୟବସ୍ଥା କରାନଗଲେ , ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଅସମ୍ଭବ ହେବ, ଏଥିରେ ସନ୍ଦେହ ନାହିଁ । ବିୟୁର ରିପୋର୍ଟ ଖୋଲା ଖବରକ ଅ1
