ଚୌଦ୍ୱାର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସୁରକ୍ଷା ପାଇଁ ସରକାର ଅନେକ ଆଇନ ତିଆରି କରିଛନ୍ତି ; କିନ୍ତୁ ଆଜିର ନାରୀ ଆଇନର ଅପବ୍ୟବହାର କରି ନାରୀରୁ ନିଆଁ ସାଜି ନିଜ ପରିବାରକୁ ଜାଳି ପୋଡ଼ି ପାଉଁଶ କରିଦେବା ପାଇଁ ପଛାଉ ନାହିଁ। ଅନ୍ୟର କୁମନ୍ତ୍ରଣାରେ ବାଟ ହୁଡ଼ି ନିଜେ ଗଢ଼ିଥିବା ନିଜ ସୁନା ସଂସାରକୁ ଭାଙ୍ଗି ରୁଜି ଚୁରମାର କରିଦେଉଛି। ନିଜ ସ୍ୱାମୀକୁ ପରିତ୍ୟାଗ କରିବା ପାଇଁ ନିଜ ଗର୍ଭରେ ଥିବା ସନ୍ତାନର ଭୃଣକୁ ନଷ୍ଟ କରି ଦେଉଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମକୁ। ଘଟଣା ଏହିଯେ ଚୌଦ୍ୱାର ଥାନା ଅନ୍ତର୍ଗତ କପଳେଶ୍ୱର ନୂଆସାହିର ବାବନ ରାମ ଭର୍ ଙ୍କ ପୁଅ କିଶୋର ରାମ ଭର୍ ଙ୍କର ଆଠଗଡ ଅନ୍ତର୍ଗତ ଅଶୋକ ନଗର ବୀର କିଶୋରପୁରର ପୁରୁଷୋତ୍ତମ ମଲ୍ଲିକଙ୍କ ଝିଅ ଇପ୍ସିତା ମଲିକଙ୍କ ସହିତ ଦେଖାହୋଇଥିଲା ଏକ ବସରେ ୨୦୧୮ମସିହାରେ। ଦେଖାହେବା ପରେ ପ୍ରେମ ହେଲା। ପ୍ରେମ ପରେ ଉଭୟ ପରିବାରଙ୍କ ସହିତ ଗଢ଼ି ଉଠିଲା ନିବିଡ଼ ସମ୍ପର୍କ। ଇପ୍ସିତାଙ୍କ ଘରର ଅସୁବିଧା ଓ ସୁବିଧାରେ ସହାୟ ହେଲେ କିଶୋର ରାମ୍। ଇପ୍ସିତାର ପାଠ ପଢା ଏବଂ ଚାକିରି ପାଇଁ ଯାହା ଟଙ୍କା ଦରକାର ହେଲା କିଶୋର ଦେଉଥିଲେ। ଉଭୟ ତା -୧୧- ୦୭- ୨୪ରିଖରେ ରେଜିଷ୍ଟ୍ରି ମ୍ୟାରେଜ୍ କରି ଇପ୍ସିତା ଚାକିରି କରୁଥିବା ପାଖାପାଖି ଅଞ୍ଚଳରେ ରହୁଥିଲେ। ସେହି ରହିବା ଭିତରେ ଇପ୍ସିତା ହେଲେ କିଶୋରଙ୍କ ଔରସରେ ଗର୍ଭବତୀ ଡାକ୍ତରୀ ଟେଷ୍ଟରୁ ଜଣାପଡ଼ିଲା।। ବୈଦିକ ବିବାହ ନ ହୋଇଥିବାରୁ ଦୁହେଁ ମନ୍ଦିରରେ ବିବାହ କରିବେ ବୋଲି ତା -୨୦- ୧୧- ୨୪ରିଖରେ ସ୍ଥିର କରିଥିବାବେଳେ ଇପ୍ସିତା ସେହିଦିନ କେଉଁଆଡେ ନିଖୋଜ ହୋଇଗଲେ। ସେହି ୨୦ ତାରିଖ ରେ ସ୍ତ୍ରୀ ହଜି ଯାଇଥିବା କାରଣରୁ କିଶୋର ,ଚୌଦ୍ୱାର ଥାନାରେ ଏଫ୍ ଆଇ ଆର୍ ଦେଇଥିଲେ କେଶ୍ ନଂ ୦୦୮୫/୨୪ । ମାତ୍ର ଦୁଃଖର କଥା ଏହି ଯେ ଇପ୍ସିତା ନିଆଳି ଥାନାରେ ତା – ୨୫-୧୧ – ୨୪ ରିଖରେ ଏଫ୍ ଆଇ ଆର୍ ଦେଇଛନ୍ତି ଯେ କିଶୋର ରାମଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ତାଙ୍କ ସହିତ ବିବାହ ମିଥ୍ୟା କେଶ୍ ନଂ ୦୪୪୭/୨୪ ।ତାପରେ କିଶୋର ଜାଣିବାକୁ ପାଇଲେ ଯେ ଇପ୍ସିତା ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି। ଏହି ଭୃଣ ହତ୍ୟା ହୋଇଥିବାରୁ କିଶୋର ମଧ୍ୟ ଚୌଦ୍ୱାର ଥାନାରେ ଏଫ୍ ଆଇ ଆର୍ ଦେଇଥିଲେ ଯାହାର କେଶ୍ ନଂ ୨୫୯/୨୫। ତେବେ ପ୍ରଶ୍ନ ଉଠୁଛି ଯେ ଇପ୍ସିତା କାହିଁକି ତାଙ୍କ ବାହାଘରକୁ ସ୍ୱୀକାର କରୁନାହାନ୍ତି, କାହିଁକି ନିଜ ଗର୍ଭ ନଷ୍ଟ କରି ମାନୁ ନାହାନ୍ତି, ଏହା ପଛରେ କଣ ରହସ୍ୟ ଲୁଚି ରହିଛି ? କିଶୋର ପାଖରେ ସମସ୍ତ ପ୍ରମାଣପତ୍ର ରଖି ଆଇନର ଆଶ୍ରୟ ନେଇଛନ୍ତି। ଦେଖିବାର ବାକି ଅଛି ଏ ନିର୍ଯାତିତ ପୁରୁଷକୁ ନ୍ୟାୟ ମିଳିବ କେବେ ? ଭ୍ରୁଣ ହତ୍ୟାର ଦଣ୍ଡ ଅଭିଯୁକ୍ତକୁ କେବେ ମିଳିବ ? କିଶୋର ରାମ ତାଙ୍କ ସ୍ତ୍ରୀକୁ କେବେ ଫେରି ପାଇବେ ? ।(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ।)
