ଅନୁଗୋଳ : ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଗ୍ରାମର ଅଜିତ କୁମାର ବେହେରା ଓ ଶ୍ରାବଣୀ ବେହେରାଙ୍କ ୫ବର୍ଷ ର ପୁଅ ଆରୀୟନ ବେହେରା ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ପରିବାର ର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ପୁଅ ର ଚିକିତ୍ସା ନିମନ୍ତେ ସମସ୍ତ ଙ୍କୁ ସହାୟତା ମାଗିଥିଲେ ବାପା ଅଜିତ ବେହେରା। ଏହି ଖବର ବଅଁରପାଳ ଅଞ୍ଚଳ ର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ପାଇବା ମାତ୍ରେ ସହାୟତା ର ହାତ ବଢାଇଛନ୍ତି। ଆରୀୟନ ଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବା ସହ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି #ଅଭିମନ୍ୟୁ #ସାହୁ। ଆର୍ଥିକ ସହାୟତା ପ୍ରଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଅଭିମନ୍ୟୁ ସାହୁ। ଖେଳିବା ବୁଲିବା ବୟସ ରେ ଦୁରାରୋଗ୍ୟ ବ୍ୟାଧି ରେ ପୀଡିତ ଅଛନ୍ତି ଆରୀୟନ। ସମାଜସେବୀ #ଶ୍ରୀ #ସାହୁ କହିଛନ୍ତି ଆରୀୟନ ଭଳି ତାଙ୍କର ମଧ୍ୟ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପୁଅର ଯଦି କିଛି ହେଇଥାନ୍ତା ନିଜର ଜାଗା ବାଡ଼ି, ସୁନା ଗହଣା ବିକି ପୁଅ ର ଚିକିତ୍ସା କରାଇଥାନ୍ତେ। ସେଇଭଳି #ଆରୀୟନ ଙ୍କୁ ନିଜ ପୁଅ ଭାବି ସମସ୍ତ ଚିକିତ୍ସା ଦାୟିତ୍ବ ବହନ କରି ସମ୍ପୂର୍ଣ୍ଣ ସୁସ୍ଥ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଭିମନ୍ୟୁ ସାହୁ। ” ମାନବ ସେବା ହିଁ ମାଧବ ସେବା ” କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଏହି ସେବା ଜାରି ରଖିଛନ୍ତି ଶ୍ରୀ ସାହୁ। ସମାଜସେବୀଙ୍କ ଏହିଭଳି କାର୍ଯ୍ୟକୁ ଅଙ୍ଗାରବନ୍ଧ ପଞ୍ଚାୟତବାସୀ ଓ ଖଣ୍ଡହତା ଗ୍ରାମବାସୀ ପ୍ରସଂଶା କରିଛନ୍ତି। ଅରକ୍ଷିତଙ୍କୁ ଦଇବ ସାହା ବୋଲି କିଛି ବରିଷ୍ଠ ଲୋକ କହିଛନ୍ତି। ଏହିଭଳି ସେବକ ଅନୁଗୋଳରେ ବିରଳ ବୋଲି କିଛି ଗ୍ରାମବାସୀ କହିଛନ୍ତି। ସେବକର ହାତ ସଦା ପବିତ୍ର ହୋଇଥାଏ…