କୁଜଙ୍ଗ, ୫/୯():ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ନନ୍ଦଉତ୍ସବ ଅବସରରେ ଜଗତଜନନୀ ମା ଦେବୀ ଦୂର୍ଗାଙ୍କର ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇ ଥାଏ । ସେହି ମର୍ମରେ ଆଜି ସାର୍ବଜନୀନ ଦୂର୍ଗାପୂଜା କମିଟି ପକ୍ଷରୁ କୁଜଙ୍ଗ ସ୍ଥିତ ଶନି ମନ୍ଦିର ନିକଟସ୍ଥ ମହାନଦୀ ଘାଟରୁ ପୂଜାର୍ଚ୍ଚନା ପୂର୍ବକ ମାଟି ଅନୁକୂଳ କରାଯାଇଥିଲା। ବାଜା,ବାଣ ରୋଷଣୀ କରି କମିଟିର ସଦସ୍ଯ ମାନେ ବଜ୍ର ମହାକାଳୀ ମନ୍ଦିରରେ ପହଞ୍ଚିବା ପରେ ପୂଜକ ହରେକୃଷ୍ଣ ତ୍ରିପାଠୀ ଏବଂ କିଶୋର ତ୍ରିପାଠୀ ହୋମଯଜ୍ଞ କରି ମାଟିକୁ ଶୁଦ୍ଧପୂତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ବରିଷ୍ଠ ସଭ୍ଯ ଭ୍ରମରବର ପରିଡ଼ା,ରାଜିବ ବସନ୍ତିଆ, ରବିନ୍ଦ୍ର ଦାସ, ଦିଲ୍ଲିପ କୁମାର ଦାସ, ଜୀବନାନନ୍ଦ ଅଧିକାରୀ, ବିଚିତ୍ରାନନ୍ଦ ପ୍ରଧାନ, ରବିନ୍ଦ୍ର, ନାଥ, ବିପିନ ମହାରଣା,ଚରଣ ସାହୁ, ତୁଷାରକାନ୍ତ ଦାସ, ପଙ୍କଜ ପରିଡ଼ା, ତୀର୍ଥସାରଥି ମହାନ୍ତି,ଅକ୍ଷୟ ବିଶ୍ବାଳ, ନାରାୟଣ ପରିଡ଼ାଙ୍କ ସମେତ କମିଟିର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।