ପୁରୀ: -ୱାର୍ଲଡ ପୋଷ୍ଟ ଡେ ଉପଲକ୍ଷେ ଭୁବନେଶ୍ବର ରିଜିଓନାଲ ଟ୍ରେନିଙ୍ଗ ସେଣ୍ଟର ଠାରେ ପୋଷ୍ଟାଲର କାର୍ଯ୍ୟ ଦକ୍ଷତା ପାଇଁ ଅନେକ ବ୍ଯକ୍ତିଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଓଡିଶା ସର୍କଲ ର ଚିପ୍ ପିଏମଜି ଯୋଗ ଦେଇଥିଲେ । ପୋଷ୍ଟ ଅଫିସ ର ବିଭିନ୍ନ କାର୍ଯ୍ୟ ଓ ବ୍ଯବସାୟ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଏହି ସମ୍ମାନ ଦିଆଯାଇଥିଲା । ଏଥିରେ ବ୍ରହ୍ମପୁର ଆଞ୍ଚଳିକ ଡିଭିଜନର ପିଏମଜି, ସମ୍ବଲପୁର ଓ କଟକର ପିଏମଜି ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୁରୀ ମହୋଦଧି ଶାଖା କାର୍ଯ୍ଯାଳୟରେ କାର୍ଯ୍ୟରତ ପ୍ରିୟଙ୍କା ଷଡଙ୍ଗୀଙ୍କୁ ମେଲ ଓ ପାର୍ସଲ ସେବା ପାଇଁ ସମ୍ମାନିତ କରାଯାଇଥିଲା । ସେହିପରି ପୁରୀଜିଲ୍ଲା ଅସ୍ତରଙ୍ଗ ଶିଶୁଆ ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଭିଜିତ ରଥଙ୍କୁ ପିଏଲଆଇ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଷଡଙ୍ଗୀ କଚେରୀ ପୋଷ୍ଟ ଅଫିସରେ ଯୋଗଦେବା ପରେ ପୋଷ୍ଟାଲ ସେବା ଯୋଗାଇ ଓକିଲ ମୋହରି ଓ କଚେରୀ କର୍ମଚାରୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା ଏହି ସମ୍ମାନ ପାଇଥିବାରୁ ସହକର୍ମୀ ଓ ପୋଷ୍ଟାଲ ଗ୍ରାହକ ମାନେ ଏହି ସଫଳତା ପାଇଁ ସ୍ବାଗତ କରିଛନ୍ତି ।