କଟକ: କଟକର ପବିତ୍ର ଶିକ୍ଷକ ଦିବସ ଅବସରରେ ସରଳା ଭବନରେ ସେଣ୍ଟ ଜାଭିଅର୍ସ ହାଇସ୍କୁଲର ସମସ୍ତ ଶାଖାକୁ ନେଇ ଏକ ଭବ୍ୟ ଗୁରୁବନ୍ଦନା ଓ ଶିକ୍ଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଭୁ ଶାଳଗ୍ରାମଙ୍କ ପୂଜାର୍ଚ୍ଚନାରୁ ହୋଇଥିଲା। ପଣ୍ଡିତ ଗୋପାଳ ସାର ଏବଂ ମାତୃପ୍ରସାଦ ମିଶ୍ରଙ୍କ ମନ୍ତ୍ରାଚ୍ଚାରଣ, ଶ୍ଳୋକ ପାଠ ଏବଂ ଆଶୀର୍ବାଦର ପୁଷ୍ପବର୍ଷା ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଓ ଭକ୍ତିମୟ କରିଥିଲା Iସ୍ବାଗତ ଅଭିଭାଷଣରେ ଶ୍ରୀ ସମ୍ୟକ ମହାନ୍ତି ଶିକ୍ଷକମାନଙ୍କ ପ୍ରତି ନିଜର ଗଭୀର ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ସେ ତାଙ୍କ ପିତା ତଥା ସେଣ୍ଟ ଜାଭିଅର୍ସ ଏଡୁକେସନାଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ପ୍ରଭୁଚରଣ ମହାନ୍ତିଙ୍କୁ ନିଜର ପ୍ରେରଣା ଓ ଆଦର୍ଶ ବୋଲି ଉଲ୍ଲେଖ କରିଥିଲେ।
ଏହି ଅବସରରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମାଜ’ର ସମ୍ପାଦକ ଶ୍ରୀ ରାଜେନ୍ଦ୍ର ଜେନା, ଇଞ୍ଜିନିୟର ପ୍ରଭାକର ସ୍ବାଇଁ, ସୁଜିତି ସ୍ବାଇଁ,ସମାଜସେବୀ ।ଜିଏସଟିର ସ୍ପେଶାଲ କମିଶନର ଶ୍ରୀ ଜନ୍ମଜୟ ଜେନା, ଶ୍ରୀ ଅନୁପମ ଭଗତ,ଶୁଭେନ୍ଦୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ସେଣ୍ଟ ଜାଭିଅର୍ସ ଏଜୁକେସନାଲ ଟ୍ରଷ୍ଟର ଅଧ୍ଯକ୍ଷ ଡ଼. ପ୍ରଭୁଚରଣ ମହାନ୍ତି, ଏଜୁକେସନାଲ ଅଧ୍ଯକ୍ଷା ସ୍ନିଗ୍ଧା ମହାନ୍ତି, ଏଡୁକେସନାଲ ନିର୍ଦ୍ଦେଶକ ସମ୍ୟକ ମହାନ୍ତି, ଏଡୁକେସନାଲ ନିର୍ଦ୍ଦେଶିକା ଆୟେଶା ଦାସ ଓ ଏଡୁକେସନାଲ ନିର୍ଦ୍ଦେଶକ ସମର୍ଥ ମହାନ୍ତିଙ୍କ ସହ ସେଣ୍ଟ ଜାଭିଅର୍ସର ସମସ୍ତ ଶାଖାର ମୁଖ୍ୟ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ଏହି ମହାନ ଉତ୍ସବକୁ ସଫଳ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ସେଣ୍ଟ ଜାଭିଅର୍ସର ବିଭିନ୍ନ ଶାଖାର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପାରମ୍ପରିକ ସଙ୍ଗୀତ, ଦଳଗତ ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକନୃତ୍ୟ, ନାଟକ ଏବଂ ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରୁଥିବା ଚିତ୍ତାକର୍ଷକ ପରିବେଷଣ ପ୍ରଦର୍ଶନ କରିଥିଲେ।କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଜୀବନରେ ସର୍ବଦା ନିଜ ପିତାମାତା ଓ ଶିକ୍ଷକମାନଙ୍କୁ ସ୍ମରଣ ରଖିବା ଉଚିତ। ସେମାନଙ୍କ ଆଶୀର୍ବାଦ ଓ ଶିକ୍ଷା ହିଁ ଆମକୁ ଜୀବନରେ ସଫଳତାର ପଥ ଦେଖାଇଥାଏ। ସେ ଛାତ୍ରଛାତ୍ରୀମାନଙ୍କୁ ନୂତନ ନୂତନ ଚିନ୍ତାଧାରା ଓ ସକାରାତ୍ମକ ଭାବନା ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ।
‘ସମାଜ’ର ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ଜେନା ତାଙ୍କ ଅଭିଭାଷଣରେ ଶିକ୍ଷକମାନଙ୍କୁ ସମାଜ ଗଠନର ପ୍ରକୃତ କର୍ଣ୍ଣଧାର ବୋଲି ଅଭିହିତ କରିଥିଲେ I ଡଃ ପ୍ରଭୁଚରଣ ମହାନ୍ତି କହିଥିଲେ ଯେ, ଶିକ୍ଷା ଟ୍ରଷ୍ଟର ପରିଚାଳନା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଅଭିଭାବକ ସଦୃଶ।ସମସ୍ତେ ପରିଚାଳନା କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ବାସ ରଖିବା ଆବଶ୍ୟକ।ବିଦ୍ୟାଳୟର ସମସ୍ତ ନିୟମ ଓ ପ୍ରୋଟୋକଲ୍‌କୁ ସଠିକ୍ ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଥିଲେ।ସମସ୍ତଙ୍କ ସହଯୋଗ ଓ ଶୃଙ୍ଖଳା ଦ୍ବାରା ଶିକ୍ଷାନୁଷ୍ଠାନର ଉନ୍ନତି ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ମୃତି ଉପହାର ପ୍ରଦାନ
କରାଯାଇଥିଲା ଏବଂ ଗୋପାଳ ସାର୍ ଙ୍କ ହାତରୁ ମିଶନ ରୋଡ ସେଣ୍ଟ ଜାଭିୟର ହାଇ ସ୍କୁଲରର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗୁରୁ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ଶାଖାଭିତ୍ତିକ ଫଟୋ ସେସନ୍ ଆୟୋଜିତ ହୋଇଥିଲା
ସମଗ୍ର କାର୍ଯ୍ୟକ୍ରମଟି ଗୁରୁ-ଶିଷ୍ୟ ପରମ୍ପରା, ସମ୍ମାନ, ସଂସ୍କୃତି ଓ ଏକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା। ଶେଷରେ ଧନ୍ୟବାଦ ଜ୍ଞାପନ ଅଧ୍ଯକ୍ଷା ଶ୍ରୀମତୀ ରୂପା ମିଶ୍ର ଜଣାଇ ଥିଲେ ।
(କଟକରୁ ଦାମୋଦର ବେଉରାକଂ ରିପୋର୍ଟ ଖୋଲା ଖବର ନିଉଜ ।)